‘ଯୁଆଡେ ଗଲେ ବର୍ଷା ଛାଡୁନାହିଁ, ଟିକେ ଦୟା, କର’ ଏଭଳି କାହିଁକି କହିଲେ ଅନୁଭବ?

ଭୁବନେଶ୍ୱର: ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ | ଟିକେ ଦୟା, କର | ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ ?’

ଲଣ୍ଡନର ସହରର ଏକ ସ୍ଥାନରେ ଅଭିନେତା ଅନୁଭବ ମହାନ୍ତି  ଏଭଳି କହୁଥିବା ଦେଖିବାକୁ ମିଳିଛି | ତେବେ ଏସବୁ ଶୁଣି ଆପଣ ଦ୍ବନ୍ଦରେ ପଡିଛନ୍ତି କି? ତେବେ ଜମା ବି ଦ୍ବନ୍ଦରେ ପଡନ୍ତୁ ନାହିଁ | ବାସ୍ତବରେ ଏବେ ସୁଦୂର ଲଣ୍ଡନରେ ସୁଟିଂ ଚାଲିଛି ଓଲିଉଡ଼ ଅଭିମନ୍ୟୁ ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର  | ଆଉ ଏହି ସୁଟିଂ ସମୟରେ ବଡ ବାଧକ ସାଜିଛି ବର୍ଷା | ଅବିରତ ବର୍ଷା ସମୟରେ ବି ଏହି ଫିଲ୍ମର ସୁଟିଂ ଜାରି ରହିଛି |

ଆଉ ଏହାକୁ ନେଇ ଏକ ବ୍ଲଗ ସୁଟିଂ କରାଯାଇଥିଲା | ଆଉ ଏଥିରେ ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ ଅନୁଭବଙ୍କୁ ପ୍ରଶ୍ନ କରିଛନ୍ତି ଯେ କେମିତି ଲାଗୁଛି? ଏହାର ଉତ୍ତରରେ ଅନୁଭବ କହିଛନ୍ତି- ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ | ଟିକେ ଦୟା, କର | ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ |’ ଆଉ ଅନୁଭବ ଏପରି କହୁଥିବା ବେଳେ ନିର୍ଦ୍ଦେଶକ ସରଘରିଆ ହସିହସି ବେଦମ୍ ହେଉଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖ ଥାଉ କି ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂ ବର୍ତ୍ତମାନ ଲଣ୍ଡନରେ ଜାରି ରହିଛି | ଏହି ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଉଥିବାବେଳେ ଏଥିରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ହୋଇଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ |

ସମ୍ବନ୍ଧିତ ଖବର