କେଉଁ ନିର୍ଦ୍ଦେଶକଙ୍କ ସହ ସବୁଠୁ ଅଧିକ ସିନେମାରେ କାମ କରିଛନ୍ତି ଅନୁଭବ?

ଓଲିଉଡ ଷ୍ଟାର୍‌ ଅନୁଭବ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍‌ର ଫିଲ୍ମ ‘ ଆଇ ଲଭ୍‌ ୟୁ’ରୁ । ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏହାପରେ ସେ ଅନେକ ପ୍ରଯୋଜନା ସଂସ୍ଥାର ସିନେମାରେ ଅଭିନୟ କରିଛନ୍ତି ଏବଂ ବେଶ କେତେଜଣ ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।


ଅନୁଭବ  ନିର୍ଦ୍ଦେଶକ ହର ପଟ୍ଟନାୟକ,ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁ ମୋହନ ସାହୁ,ସୁଶାନ୍ତ ମଣି,ମୃତ୍ୟୁଞ୍ଜୟ ସାହୁ,ଏସ କେ ମୁରଲୀଧରନ୍‌,ସୁଧାକର ବସନ୍ତ, କେ ମୁରଲୀକ୍ରୀଷ୍ଣା,ପ୍ରଭାକର,ଦୀଲିପ ପଣ୍ଡା,ଏବଂ ରମେଶ ରାଉତପ୍ରମୁଖଙ୍କ ସିନେମାରେ ଅଭିନୟ କରିଛନ୍ତି । ହେଲେ ଜାଣନ୍ତି ଏଯାବତ୍‌ ସେ କେଉଁ ନିର୍ଦ୍ଦେଶକଙ୍କ ସହ ସର୍ବାଧିକ ସିନେମାରେ କାମ କରିଛନ୍ତି ? ହଁ ଏମାନଙ୍କ ଭିତରୁ ଯେଉଁ ନିର୍ଦ୍ଦେଶକଙ୍କ ସହ ସେ ସର୍ବାଧିକ ସିନେମାରେ କାମ କରିଛନ୍ତି ସେହି ଦୁଇ ବ୍ୟକ୍ତି ଜଣକ ହେଲେ ସୁଧାକର ବସନ୍ତ ଏବଂ କେ ମୁରଲୀକ୍ରୀଷ୍ଣା ।ଏଯାବତ୍‌ ୬ଟି ଓଡ଼ିଆ ଛବିରେ ଏଦୁହେଁ ଏକାଠି ହୋଇଛନ୍ତି। ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କ ସହ ଅନୁଭବ ପ୍ରଥମେ ‘କିଏ ସେ ଡାକୁଚି କେଉଁଠି ମତେ’(୨୦୧୧)ରେ କାମ କରିଥିଲେ। ତାପରେ ସୁଧାକରଙ୍କ ନିର୍ଦ୍ଦେଶିତ ‘ବାଳୁଙ୍ଗାଟୋକା’,‘ସମଥିଙ୍ଗ ସମଥିଙ୍ଗ’, ‘ମାଟ୍ରିକ୍‌ ଫେଲ୍‌’ ,‘ଏସିପି ରଣବୀର୍‌’, ‘ମୋ’ ଦୁନିଆ ତୁ ହି ତୁ’ରେ ଅନୁଭବ କାମ କରିଥିଲେ।

ଅପରପକ୍ଷରେ କେ ମୁରଲୀକ୍ରୀଷ୍ଣା ପ୍ରଥମେ ‘ରଙ୍ଗୀଲା ଟୋକା’ ସିନେମାର ନିର୍ଦ୍ଦେଶନା ଦେଇ ଓଲିଉଡରେ ପ୍ରବେଶ କରିଥିଲେ। ତେବେ ଅନୁଭବଙ୍କୁ ସେ ପ୍ରଥମେ‘କେହି ଜଣେ ଭଲ ଲାଗେରେ’ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ। ତାପରେ ଏହି ଯୋଡିଙ୍କ ସିନେମା ‘ଗପ ହେଲେ ବି ସତ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’,‘ବେବି’ ଏବଂ ‘ଅଭୟ’ରିଲିଜ୍‌ ହୋଇଛି।

ସମ୍ବନ୍ଧିତ ଖବର