ବେଶ୍ ଖୁସିର କଥା। ପରଦାରେ ତ କେବେ ଏକାଠି ଦେଖିବାକୁୂ ମିଳିନାହାଁନ୍ତି। ହେଲେ ଟେଲିଭିଜନ୍ରେ ଦୁଇ ତାରକା ଏକାଠି ହେଇଛନ୍ତି ଗୋଟିଏ ମଞ୍ଚରେ। ଏପାଖେ ଅନୁଭବ ସେପାଖେ ବାବୁସାନ୍। ଅନୁଭବ ଉପସ୍ଥାପନ କରୁଥିବା ରିୟାଲିଟି ସୋ’ ‘ଦାଦାଗିରି’ରେ ପହଞ୍ଚିଛନ୍ତି ବାବୁସାନ୍। ଏହି ସୋ’ରେ ଜଣେ ଅତିଥି ଭାବେ ଯୋଗ ଦେଇ ବାବୁସାନ୍ ଖୁବ୍ ମଜାମସ୍ତି କରିବେ ବୋଲି ଶୁଣାଯାଉଛି।
ବାବୁସାନ୍ଙ୍କ ପୂର୍ବରୁ ‘ଆଇ ଲଭ୍ ୟୁ’ର ନାୟିକା ନମ୍ରତା ଥାପ୍ପା, ପିଣ୍ଟୁ ନନ୍ଦ, ପ୍ରଯୋଜକ ଟୁଟୁ ନାୟକ, କଣ୍ଠଶିଳ୍ପୀ ଟି.ସୌରୀ, ଅଭିନେତ୍ରୀ ଲିପ୍ସା ମିଶ୍ର, ଜିନା ସାମଲ, ଜେସୀ ସାମଲ, ତୃପ୍ତି ମୀରାମ୍ବିକା ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଏବେ ବାବୁସାନ୍ ଆସିଛନ୍ତି ମଉଜ ମସ୍ତି କରିବାକୁ। ଅନୁଭବ ଓ ବାବୁସାନ୍ଙ୍କ ମଧ୍ୟରେ ହେଇଥିବା ବନ୍ଧୁତା ଓ ଗଣ୍ଡଗୋଳ ଏହି ଏପିସୋଡ୍ରେ ଦେଖିବାକୁ ମିଳିବ। ଏହି ଅଧ୍ୟାୟଟି ଆଗାମୀ ୧୯ ତାରିଖ ଶନିବାର ରାତିରେ ପ୍ରସାରିତ ହେବ। ସୋ’ର ନିୟମ ଅନୁଯାୟୀ ବାବୁସାନ୍ ବି ଅନୁଭବଙ୍କ ସହ ଗେମ୍ ଖେଳିବେ। ଏଥିସହିତ ବାବୁସାନ୍ ନିଜର ଆଗାମୀ ସିନେମାର ପ୍ରଚାର ପ୍ରସାର କରିବେ ଓ ଦର୍ଶକଙ୍କୁ ତାଙ୍କ ନୂଆ ଅବତାର ବିଷୟରେ ସୂଚନା ଦେବେ।