ଓଲିଉଡର ଏହି ଲୋକପ୍ରିୟ ନାୟକ ବନିଛନ୍ତି ଉଭୟ ଅର୍ଜୁନ ଏବଂ ଅଭିମନ୍ୟୁ

ଭୁବନେଶ୍ୱର:  ଓଡିଆ ସିନେମାର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି ଯଦିଓ ଆଜିକାଲି କମ୍‌ ସିନେମାରେ ନଜର ଆସୁଛନ୍ତି ତଥାପି ସେ ଅଭିନୟରେ ସକ୍ରିୟ ଅଛନ୍ତି ବୋଲି କୁହାଯାଇପାରେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଆଇ ଲଭ ୟୁ’।୨୦୦୪ରେ ଏହା ରିଲିଜ୍‌ ହୋଇଥିଲା। ଏହାର ନିର୍ଦ୍ଦେଶନାଦେଇଥିଲେ ହର ପଟ୍ଟନାୟକ।  ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା। ଏହାପରେ ଅନୁଭବ ଆଉ ପଛକୁ ଫେରି ନାହନ୍ତି। ହେଲେ ଆପଣ ଜଶରନ୍ତି କି ଅନୁଭବ ହିଁ ବନିଥିଲେ ଉଭୟ ଅର୍ଜୁନ ଏବଂ ଅଭିମନ୍ୟୁ।

ହଁ  ‘ଅର୍ଜୁନ’ ହେଉଛି ଅନୁଭବଙ୍କ ଅଭିନୀତ  ଏକ ଓଡିଆ ସିନେମା,ଯାହା ଆକସନ୍‌ ପ୍ୟାକ୍ଡ ଥିଲା । ଏହା୨୦୦୫ରେ ମୁକ୍ତିଲାଭ କରିଥିଲା।ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ଏହି ଓଡିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ଗାର୍ଗୀ ମହାନ୍ତି। ଏଥିରେ ଅର୍ଜୁନ ବନିଥିଲେ ଅନୁଭବ।ଠିକ୍‌ ସେହିପରି ଅଭିମନ୍ୟୁଭାବେ ବି ସେ ୨୦୦୯ରେ ପରଦାକୁ ଆସିଥିଲେ। ସୁପରଷ୍ଟାର ଅନୁଭବଙ୍କ ଅଭିନୀତ  ସୁପରହିଟ୍‌ ଓଡ଼ିଆ ସିନେମା ହେଲା ‘ଅଭିମନ୍ୟୁ’।ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ପ୍ରିୟା।

ସମ୍ବନ୍ଧିତ ଖବର