ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!

Advertisment
ଅନୁଭବ କରୁଛନ୍ତି ସୁଟିଂ , ହେଲେ ଅଟକି ଯାଇଛନ୍ତି ବର୍ଷା!

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଆଉ ସିନେମାରେ କାମ କରିବେ କି ନା ତାକୁ ନେଇ ସନ୍ଦେହ ଉପୁଜିଛି। କାରଣ ୨୦୧୮ରେ ଏଯାଏଁ କୌଣସି ନୂଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇ ନାହାନ୍ତି ସେ । ତାଙ୍କର କୌଣସି ଫିଲ୍ମ ବି ଫ୍ଲୋରରେ ନାହିଁ। ଅରିନ୍ଦମଙ୍କ ଅଭିନୀତ‘ରୋମିଓ ଜୁଲିଏଟ୍‌’ ରେ ଶେଷ ଥର ପାଇଁ ବର୍ଷାକୁ ବଡ଼ ପରଦାରେ ଦେଖିବାକୁ ମିଳିଥିିଲା ଗତ ବର୍ଷ।

ବର୍ଷାଙ୍କ ସ୍ୱାମୀ ତଥା ନାୟକ ଅନୁଭବ ମହାନ୍ତି କିନ୍ତୁ ଏବେ ତାଙ୍କର ନୂଆ ସିନେମା ‘ପ୍ରେମ କୁମାର’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କିନ୍ତୁ ଅନୁଭବଙ୍କ ବିପକ୍ଷରେ ବର୍ଷା ପ୍ରିୟଦର୍ଶିନୀ ନାହାନ୍ତି। ଏଥିରେ ଅନୁଭବ ପ୍ରଥମ ଥର ଲାଗି ଓଲିଉଡ୍‌ ନାୟିକା ତମନ୍ନା ଓ ଶିବାନୀଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ।
ବର୍ଷାଙ୍କର ବର୍ତ୍ତମାନ ସ୍ଥିତି ଯାହା, ସେଥିରୁ ଅନୁମାନ କରାଯାଉଛି କି ଦର୍ଶକ ଏଥର ରଜରେ ମିସ୍‌ କରିବେ ତାଙ୍କର ପ୍ରିୟ ନାୟିକାଙ୍କୁ। କାରଣ ତାଙ୍କର କୌଣସି ଓଡ଼ିଆ ଛବି ରଜରେ ରିଲିଜ୍‌ ହେଉ ନାହିଁ ।

publive-image
ବର୍ଷା ପ୍ରିୟଦର୍ଶନୀ ଶେଷ ଥର ପାଇଁ ୨୦୧୫ ରଜବଜାର ରେ ନଜର ଆସିଥିଲେ। ହଁ ସେହି ବର୍ଷ ରଜରେ ମୁକ୍ତିଲାଭ କରିଥିଲା ତରଙ୍ଗ ସିନେ ପ୍ରଡକ୍ସନ୍ସର ‘ଗପ ହେଲେ ବି ସତ’ । ଏଥିରେ ଅନୁଭବଙ୍କ ବିପକ୍ଷରେ ନଜର ଆସିଥିଲେ। ତା’ପରେ ୨୦୧୬ ଓ ୨୦୧୭ର ରଜ ବଜାର ରେ ଅନୁପସ୍ଥିତ ଥିଲେ ବର୍ଷା ପ୍ରିୟଦର୍ଶିନୀ, କାରଣ ଏହି ସମୟରେ ତାଙ୍କର କୌଣସି ସିନେମା ରିଲିଜ୍‌ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe