ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରଥମେ ଏକାଠି ଆସିଥିଲେ ଏହି ହିଟ୍‌ ଯୋଡି

ଓଲିଉଡ୍‌ର ଦିବଂଗତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସିନେମାରୁ ଆଜିକାର ବେଶ୍‌ କେତେଜଣ ନାମିଦାମୀ କଳାକାର କ୍ୟାରିଅର ଆରମ୍ଭ କରିଥିଲେ । ଏମାନଙ୍କ ମଧ୍ୟରେ ଏବେକାର ଟପ୍‌ ହିରୋ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅର୍ନ୍ତଭୁକ୍ତ ।

ମା ଓ ଗୋଲାମଗିରି ଭଳି ସିନେମାରେ ଶିଶୁ କଳାକାର ଭାବେ ପ୍ରଥମେ ପରଦାକୁ ଆସିଥିଲେ ବର୍ଷା । ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ କନ୍ୟା ବର୍ଷାଙ୍କୁ କିନ୍ତୁ ନାୟିକା ଭୂମିକାରରେ ଦେଖିବାକୁ ମିଳିଥିଲା ୨୦୦୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଏ ଯୁଗର କୃଷ୍ଣ ସୁଦାମାରେ । ଏହାର ନିର୍ଦ୍ଦେଶକ ଥିଲେ ହର । ଏହାପରେ ବର୍ଷା ହରଙ୍କ ନିର୍ଦ୍ଦେଶିତ ଥ୍ୟାଙ୍କ ୟୁ ଭଗବାନ ସିନେମାରେ ବି ନାୟିକା ସାଜିଥିଲେ ।

ଅପରପକ୍ଷେ ୨୦୦୭ରେ ମୁକ୍ତିଲାଭ କରିଥିବା ଅନୁଭବଙ୍କ ଡେବ୍ୟୁ ଫିଲ୍ମ ଆଇ ଲଭ ୟୁର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ଏହାପରେ ଅନୁଭବ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ସାଥିରେ, ଅର୍ଜୁନ ଓ ଥ୍ୟାଙ୍କ ୟୁ ଭଗବାନରେ ନଜର ଆସିଥିଲେ । ଏହାପରେ ଅନୁଭବ-ବର୍ଷା ଯୋଡି ଲୋକପ୍ରିୟତା ହାସଲ କରିଥିଲା ।

ଏହି ହିଟ୍‌ ଯୋଡି ପ୍ରଥମ ଥର ଲାଗି ଥ୍ୟାଙ୍କ ୟୁ ଭଗବାନ ଚଳଚ୍ଚିତ୍ରରେ ସାମ୍ନାକୁ ଆସିଥିଲା । ଏହାପରେ ହରଙ୍କ ନିର୍ଦ୍ଦେଶିତ କୌଣସି ଫିଲ୍ମରେ ଦେଖିବାକୁ ମିଳି ନ ଥିଲେ ଏହି ହିଟ୍‌ ଯୋଡି ।

ସମ୍ବନ୍ଧିତ ଖବର