ଅନୁଭବ-ବର୍ଷା ବିବାଦ ମାମଲାରେ ମୁହଁ ଖୋଲି ଅନୁଭବଙ୍କ ଓକିଲ କହିଲେ ଏଭଳି କଥା

ଭୁବନେଶ୍ବର: ଅନୁଭବ-ବର୍ଷା ବିବାଦ ମାମଲାରେ ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ବିବାହ ବିଚ୍ଛେଦ ପାଇଁ କ୍ରୁରତା ଏକ ବଡ କାରଣ । କୋର୍ଟ ଏହି ଘଟଣାକୁ ଗମ୍ଭୀରତା ସହ ବିଚାର କରିବେ । ଅନ୍ୟପକ୍ଷରେ ଉଭୟ ସୋସିଆଲ ମିଡିଆରେ ନିଜ ପକ୍ଷ ରଖୁଛନ୍ତି । ତେଣୁ ଏହାକୁ ଡିଜିଟାଲ ଏଭିଡେନ୍ସ ଭାବେ ଗ୍ରହଣ କରାଯିବ ।

ବୈବାହିକ ଜୀବନ ସୁଖମୟ ନହେବା ମଧ୍ୟ କ୍ରୁରତାର କାରଣ । ତେଣୁ ଏଭଳି ଘଟଣାରେ ଉଭୟଙ୍କୁ ସମୟ ଦିଆଯାଏ ଯଦି ସେମାନେ ପରସ୍ପର ରାଜି ନହୁନ୍ତି ତେବେ ତାଙ୍କୁ ଚାପ ଦିଆଯିବନାହିଁ । ଯଦି କ୍ରୁରତା ପ୍ରମାଣ ନହୁଏ ତେବେ କୋର୍ଟ ଏହାକୁ ଗମ୍ଭୀରତାର ସହ ବିଚାର କରିବେ ବୋଲି ଅଶ୍ୱିନୀ ଦୁବେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଅଧିକ ପୀଡିତ ହୋଇଥାଏ ସେ ଆଇନର ଆଶ୍ରୟ ନେଇଥାଏ । ସେଲିବ୍ରିଟି ହେଲେ ମଧ୍ୟ ବିବାହ ବିଚ୍ଛେଦ ଆଇନ ସମସ୍ତଙ୍କ ପାଇଁ ସମାନ । ଅମୀର ଖାନ୍ ବିବାହ ବିଚ୍ଛେଦ ଏହାର ଏକ ବଡ ଉଦାହରଣ । ଭରଣପୋଷଣା କଥା ମଧ୍ୟ କୋର୍ଟ ଅତି ସାବଧାନର ସହ ବିଚାର କରିବେ । କାରଣ ଯଦି ପତ୍ନୀ ନିଜେ ଆୟ କରୁଥାନ୍ତି ଓ ନିଜ ଖର୍ଚ୍ଚ ନିଜେ ଉଠାଇପାରୁଥାନ୍ତି ତେବେ କୋର୍ଟ ଏଭଳି ଘଟଣାକୁ ଗମ୍ଭୀରତାର ସହ ବିଚାର କରିବେ ।

ଗତ କିଛିଦିନ ହେବ ଓଲିଉଡର ସୁପରହିଟ ଯୋଡି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ତେବେ ଏହି ବିବାଦ ଧୀରେ ଧୀରେ ଜଟିଳ ହେବାର ମଧ୍ୟ ଲାଗିଛି । ଅନୁଭବ ବର୍ଷାଙ୍କ ସହ ନରହିବାକୁ ମଧ୍ୟ କହିସାରିଛନ୍ତି ।

ସମ୍ବନ୍ଧିତ ଖବର