ଭୁବନେଶ୍ୱର: ଓଲିଉଡ଼୍ର ଟପ୍ ହିରୋଙ୍କ ମଧ୍ୟରେ ଅନୁଭବ ମହାନ୍ତି ଜଣେ । ସେ ‘ଆଇ ଲଭ୍ ୟୁ’ରୁ ଆରମ୍ଭ କରି ‘କାବୁଲା ବାରବୁଲା’ ଯାଏଁ ଅନେକ ସିନେମାରେ ଅଭିନୟ କରିଛନ୍ତି। ୨୦୧୮ରେ ଜାନୁଆରିରେ ‘ହାପି ଲକି’ ରିଲିଜ୍ ହେଉଛି,ଆଉ ‘ଓନ୍ଲି ପ୍ୟାର୍’ ରିଲିଜ୍ ହୋଇସାରିଛି । କିନ୍ତୁ ଏ ବର୍ଷ ପ୍ରଥମ ମାସରେ ଅନୁଭବଙ୍କ କୌଣସି ସିନେମାରେ ଜାନୁଆରିରେ ପରଦାକୁ ଆସୁନାହିଁ।ଏହାର କାରଣ ହେଲା ତାଙ୍କର କୌଣସି ସିନେମା ଏବେ ଫ୍ଲୋର୍ରେ ନାହିଁ । ତାଙ୍କୁ ଗତ କିଛି ବର୍ଷ ହେବ ବର୍ଷର ପ୍ରଥମ ମାସ ଅର୍ଥାତ୍ ଜାନୁଆରି ମାସରେ କୌଣସି ସିନେମାରେ ଦେଖିବାକୁ ମିଳୁନାହିଁ। କହିବାର ତାତ୍ପର୍ଯ୍ୟ ହେଲା ଯେ,ଅନୁଭବଙ୍କ ଅଭିନୀତ କୌଣସି ଓଡ଼ିଆ ଛବି ଜାନୁଆରିରେ ରିଲିଜ୍ ହେଉ ନାହିଁ,ଯାହା ଏ ବର୍ଷ ବି ଘଟିଛି।
ଅନୁଭବଙ୍କ ପ୍ରଥମ ଓଡ଼ିଆ ସିନେମା ‘ଆଇ ଲଭ ୟୁ’ ରିଲିଜ୍ ହୋଇଥିଲା ୨୦୦୪ ଜାନୁଆରି ଦ୍ୱିତୀୟ ସପ୍ତାହରେ।ଏହା ବ୍ଲକ୍ବଷ୍ଟର ହିଟ୍ର ମାନ୍ୟତା ପାଇଥିଲା। ଏ ଦୃଷ୍ଟିରୁ ଜାନୁଆରି ମାସ ତାଙ୍କ ପାଇଁ ଲକି ବୋଲି ମନେ କରାଗଲା। ୨୦୦୫ରେ ବି ଜାନୁଆରି ମାସରେ ପରଦାକୁ ଆସିଥିଲା ଅନୁଭବଙ୍କ ଅଭିନୀତ ‘ପ୍ରିୟା ମୋ’ ପ୍ରିୟା’। ଏହା ବି ହିଟ୍ ହୋଇଥିଲା। ୨୦୦୮ ଜାନୁଆରିରେ ରିଲିଜ୍ ହୋଇଥିବା ଅନୁଭବଙ୍କ ଅଭିନୀତ ଓଡ଼ିଆ ସିନେମା ‘ଧନରେ ରଖିବୁ ଶପଥ ମୋର’କୁ ମଧ୍ୟ ମିଳିଥିଲା ବ୍ୟବସାୟିକ ସଫଳତା।ତେବେ ଅନୁଭବଙ୍କ ୨୦୧୦ ଜାନୁଆରିରେ ରିଲିଜ୍ ହୋଇଥିବା ‘ଡ଼ନ୍’ ଓ ୨୦୧୧ଜାନୁଆରିରେ ମୁକ୍ତିଲାଭ ହୋଇଥିବା‘ମୋଷ୍ଟ୍ ଓ୍ଵାଣ୍ଟେଡ଼୍’ଫ୍ଲପ୍ ହୋଇଥିଲା।
/sambad/media/post_attachments/wp-content/uploads/2018/01/anubhav-300x167.jpg)
ତେବେ ସେ ଯାହା ହେଉନା କାହିଁକି ଗତବର୍ଷ (୨୦୧୭),୨୦୧୬,୨୦୧୫ରେ ଅନୁଭବଙ୍କ ଅଭିନୀତ କୌଣସି ଓଡ଼ିଆ ସିନେମା ରିଲିଜ୍ ହୋଇନଥିଲା। ଏ ଦୃଷ୍ଟିରୁ ଲଗାତାର ଚାରିବର୍ଷ ହେବ ଅନୁଭବଙ୍କୁ ଜାନୁଆରିରେ ରିଲିଜ୍ ହୋଇଥିବା କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ ଅପର ପକ୍ଷରେ ଅନୁଭବଙ୍କୁ ନିୟମିତ ଭାବେ ରଜ ଓ ଦଶହରା ଅବସରରେ ରିଲିଜ୍ ହେଉଥିବା ସିନେମାରେ ଦେଖିବାକୁ ମିଳୁଛି ପ୍ରତିବର୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Anubhav-Mohanty.jpg)