ଭୁବନେଶ୍ୱର : ଏଥର ଓଲିଉଡର ପୂଜା ବଜାର ବେଶ୍ ସରଗରମ ହୋଇସାରିଲାଣି। ଏ ବର୍ଷ ତିନିଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି ଦଶହରା ଅବସରରେ। ଏହି ତିନିଟି ସିନେମା ହେଲା ‘ହିରୋ ନମ୍ବର ଓ୍ଵାନ୍’, ‘ଶିବା ନଟ୍ ଆଉଟ୍’ ଓ ‘କାବୁଲା ସର୍ଚ୍ଚିଂ ଫର୍ ଲୈଲା’। ଏ ତିନିଟିରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି ଯଥାକ୍ରମେ ବାବୁସାନ୍, ଅରିନ୍ଦମ୍ ଓ ଅନୁଭବ।
ତେବେ ଆପଣ ଜାଣନ୍ତି କି ଏହି ତିନି ଟପ୍ ହିରୋଙ୍କୁ ଲଞ୍ଚ୍ କରିଥିବା ପ୍ରଯୋଜନା ସଂସ୍ଥା ହେଲା ଗୋଟିଏ। ଅର୍ଥାତ୍ ଓଲିଉଡର ଏକ ନାମୀ ପ୍ରଯୋଜନା ସଂସ୍ଥା ଅନୁଭବ, ଅରିନ୍ଦମ୍ ଓ ବାବୁସାନ୍ଙ୍କୁ ଭିନ୍ନ ଭିନ୍ନ ବର୍ଷ ତା’ର ପ୍ରଯୋଜିତ ଫିଲ୍ମରେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ। ଏହି ପ୍ରଯୋଜନା ସଂସ୍ଥା ହେଲା ବ୍ରଜରାଜ ମୁଭିଜ୍।
ହଁ ଖ୍ୟାତନାମା ପ୍ରଯୋଜକ ସ୍ୱର୍ଗତଃ ବସନ୍ତ ନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ରଜରାଜ ମୁଭିଜ୍ରୁ ହିଁ ଓଲିଉଡରେ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଅନୁଭବ, ଅରିନ୍ଦମ୍ ଓ ବାବୁସାନ୍। ବ୍ରଜରାମ ମୁଭିଜ୍ର ୨୦୦୪ର ବ୍ଲକକଷ୍ଟର ମୁଭି ‘ଆଇ ଲଭ୍ ୟୁ’ ଥିଲା ଅନୁଭବଙ୍କର ଡେବ୍ୟୁ ଓଡ଼ିଆ ମୁଭି। ଏଥିରେ ତାଙ୍କର ନାୟିକା ଥିଲେ ନମ୍ରତା ଥାପ୍ପା ଓ ଏହାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ।
ଅପରପକ୍ଷରେ ୨୦୦୬ରେ ବ୍ରଜରାଜ ମୁଭିଜ୍ ଓଲିଉଡକୁ ଦେଇଥିଲେ ଆଉ ଜଣେ ହିରୋ ଅରିନ୍ଦମ୍ଙ୍କୁ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟାଇଟଲ୍ ହେଲା ‘ପ୍ରେମ ଋତୁ ଆସିଲାରେ’। ଅରିନ୍ଦମ୍ଙ୍କୁ ପ୍ରଥମ ଫିଲ୍ମରେ ମିଳିଥିଲା ନମ୍ରତା ଥାପ୍ପାଙ୍କ ସାଥ୍। ଏହି ଫିଲ୍ମ ସୁପରହିଟ୍ ହୋଇଥିଲା।
ଠିକ୍ ସେହି ବ୍ରଜରାମ ମୁଭିଜ୍ ୨୦୦୯ରେ ଷ୍ଟାରସନ୍ ବାବୁସାନଙ୍କୁ ଲଞ୍ଚ୍ କରିଥିଲେ ଫିଲ୍ମ ‘ରୋମିଓ ଦ’ ଲଭର ବୟ’ରେ। ହର ପଟ୍ଟନାୟକ ଥିଲେ ଏହାର ନିର୍ଦ୍ଦେଶକ। ଏହି ସିନେମାରେ ନବାଗତା ଲଭଲି ଥିଲେ ବାବୁସାନଙ୍କ ବିପକ୍ଷରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/babushan-odia-actor-1.jpg)