ଅନୁଭବଙ୍କ ସହ ଏହି ନାୟିକାଙ୍କୁ କ’ଣ ଦେଖିବାକୁ ଚାହାଁନ୍ତି ନାହିଁ ଦର୍ଶକ !

ଓଡ଼ିଆ ସିନେ ଜଗତରେ ବର୍ତ୍ତମାନ୍‌ ବେଶ୍‌ କେତେ ଜଣ ନାୟକ ଓ ନାୟିକା ବେଶ୍‌ ଚର୍ଚ୍ଚାରେ ଅଛନ୍ତି।ସେମାନଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା କିଛି କମ୍‌ ନୁହେଁ।ଏହି ନାୟକ,ନାୟିକାମାନଙ୍କ ମଧ୍ୟରୁ କେତେକ ଯୋଡ଼ି ହୋଇ ପରଦାକୁ ଆସିଛନ୍ତି।ଏମାନଙ୍କ ମଧ୍ୟରୁ କେଉଁ ଯୋଡ଼ି କେତେବେଳେ ହିଟ୍‌ ହୋଇଛି ତ ପୁଣି କେତେବେଳେ ଫ୍ଲପ୍‌।ଠିକ୍‌ ସେହିପରି କେଉଁ ଯୋଡ଼ି ଏକାଧିକ ବାର ଆସିଛନ୍ତି ,ତ ପୁଣି କେଉଁ ଯୋଡ଼ି ଥରଟେ ପରଦାକୁ ଆସିଛନ୍ତି। ହେଲେ ଏବେ ବି ଏମିତି କେତେକ ନାୟକ-ନାୟିକା ଓଲିଉଡ଼୍‍ରେ ସକ୍ରିୟ ଅଛନ୍ତି,ଯେଉଁମାନଙ୍କର ପେଆରିଂ ଏଯାବତ୍‌ ହୋଇପାରି ନାହିଁ,କିନ୍ତୁ ଦର୍ଶକ ଏ ଦୁହିଁଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ଚାହାଁନ୍ତି। ଆସନ୍ତୁ ସେଭଳି ଓଲିଉଡ଼୍‍ ସେଲିବ୍ରିଟି ଅନୁଭବଙ୍କ ସହ କେଉଁ ନାୟିକାଙ୍କ ଯୋଡ଼ିଙ୍କୁ ଏଯାବତ୍‌ ଦର୍ଶକ ପରଦାରେ ଦେଖି ନାହାନ୍ତି ତାହା ଉପରେ ନଜର ପକାଇବା……..

ଅନୁଭବ-ରୀୟା: ଓଲିଉଡ଼୍‍ର ଲୋକପ୍ରିୟ ନାୟକ ଅନୁଭବ ୨୦୦୪ର ବ୍ଲକ୍‌ ବଷ୍ଟର୍‌ ସିନେମା‘ଆଇ ଲଭ୍‌ ୟୁ’ରୁ ଆରମ୍ଭ କରି ‘କାବୁଲା ବାରବୁଲା ସର୍ଚ୍ଚିଂ ଲୈଲା’ ଯାଏଁ ବେଶ୍‌ କେତୋଟି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି। ଅନୁଭବ ଏଯାଏଁ ଅନୁ ଚୌଧୁରୀ,ବର୍ଷା ପ୍ରିୟଦର୍ଶିନୀ,ଅର୍ଚ୍ଚିତା,ପ୍ରିୟା,ଝିଲିକ୍‌,ଏଲିନା ପ୍ରମୁଖ ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନଜର ଆସିଛନ୍ତି। ଅପରପକ୍ଷରେ ରୀୟା ଦେ‘ପ୍ରେମ ଅଢ଼େଇ ଅକ୍ଷର’ସିନେମା ଜରିଆରେ ଓଲିଉଡ଼୍‍ରେ ପଦାର୍ପଣ କରିଥିଲେ। ଇତି ମଧ୍ୟରେ ଦର୍ଶକ ତାଙ୍କୁ ସିଦ୍ଧାନ୍ତ,ଅରିନ୍ଦମ୍‌ ବାବୁସାନ୍‌,ଆକାଶ୍‌,ଅମ୍ଳାନ ଓ ଅଭିଷେକ୍‌ଙ୍କ ପରି ନାମୀ ନାୟକଙ୍କ ନାୟିକା ଭୂମିକାରେ ପରଦାରେ ଦେଖିବାକୁ ପାଇଛନ୍ତି। ହେଲେ ଏଯାଏଁ ଅନୁଭବ ଓ ରୀୟାଙ୍କ ରୋମାନ୍‌ସ ପରଦାରେ ଦେଖିନାହାନ୍ତି ଦର୍ଶକ।


ଅନୁଭବ-ଶୀତଲ୍‌-ଓଲିଉଡ଼୍‍ର ଢ଼ୋ’ ଗର୍ଲ ଶୀତଲ୍‌ ୨୦୧୫ର ସୁପର୍‌ହିଟ୍‌ ସିନେମା ‘ଯିଏ ଯାହା କହୁ ମୋର ଢ଼ୋ’ରୁ ହିରୋଇନ୍‌ ଭାବେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିସହିତ ତାଙ୍କର ପ୍ରଥମ ସିନେମାର ନାୟକ ଥିଲେ ଷ୍ଟାର୍‌ସନ୍‌ ବାବୁସାନ୍‌ ମହାନ୍ତି।ଏହାପରେ ସେ ବାବୁସାନ୍‌ଙ୍କ ସହିତ ‘ଭଲପାଏ ତତେ ୧୦୦ରୁ ୧୦୦’,‘ତୁ ଯେ ସେଇ’,‘ଦିଲ୍‌ ଦିଓ୍ଵାନା ହୋଇଗଲା’,‘ସୁନାପିଲା ଟିକେ ସ୍କ୍ରୁ ଢ଼ିଲା’,ଅରିନ୍ଦମ୍‌ଙ୍କ ବିପକ୍ଷରେ ‘ପ୍ରେମରେ ପ୍ରେମରେ’ ଏବଂ ‘ତୋ’ର ଦିନେ କୁ ମୋର ଦିନେ’ସିନେମାରେ ନଜର ଆସିଛନ୍ତି।କିନ୍ତୁ ଶୀତଲ୍‌ଙ୍କୁ ଏଯାବତ୍‌ ଅନୁଭବଙ୍କ ସାଥ୍‌ ମିଳିନାହିଁ। ସତରେ ଅନୁଭବଙ୍କ ସହିତ ଶୀତଲ୍‌ ରୋମାନ୍‌ସ ପରଦାରେ କ’ଣ ତାଙ୍କର ପ୍ରଶଂସକମାନେ ଦେଖିବାକୁ ଚାହୁଁନାହାନ୍ତି!

ଅନୁଭବ-ଭୂମିକା-ଠିକ୍‌ ସେହିପରି ଚଳିତବର୍ଷ ଓଲିଉଡ଼୍‍ରେ ଏଣ୍ଟ୍ରି କରିଥିବା ନାୟିକା ହେଲେ ଭୂମିକା।ସେ ‘ତୁ ମୋ’ ଲଭ୍‌ଷ୍ଟୋରି’ଫିଲ୍ମ ଜରିଆରେ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି।ପ୍ରଥମ ସିନେମାରେ ତାଙ୍କୁ ନବାଗତ ସ୍ୱରାଜଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ।କିନ୍ତୁ ଏହାପରେ ଭୂମିକାଙ୍କୁ ମିଳିଥିଲା ଓଲିଉଡ଼୍‍ ସୁପର୍‌ଷ୍ଟାର୍‌ ବାବୁସାନ୍‌ଙ୍କ ସାଥ୍‌। ହଁ ମ୍ୟାଚୁଅରଡ଼ ଆକ୍ଟର ବାବୁସାନ୍‌ଙ୍କ ନାୟିକା ବନି ଭୂମିକା ପରଦାକୁ ଆସିଛନ୍ତି ‘ହିରୋ ନଂ-୧’ରେ। ଉଭୟ ଫିଲ୍ମରେ ନିଜର ବୟସ ତୁଳନାରେ ଢ଼େର୍‌ ଭଲ ଅଭିନୟ କରିଥିବା ଏହି ଶିଶୁ କଳାକାରରୁ ନାୟିକା ବନିଥିବା ଭୂମିକା କ’ଣ ପରବର୍ତ୍ତୀ ସିନେମାରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଦେଖାଦେବେ?ଏହା ଏକ ବିରାଟ ପ୍ରଶ୍ନ । ତେବେ ଦର୍ଶକ ନିଶ୍ଚିତ ଭାବେ ଅନୁଭବ-ଭୂମିକାଙ୍କ ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ଅଭିଳାଷ ରଖିଛନ୍ତି।

 


ଅନୁଭବ-ଅନୁଭା-ବରିଷ୍ଠ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ କନ୍ୟା ଅନୁଭାଙ୍କର ଇତି ମଧ୍ୟରେ ଓଲିଉଡ଼୍‍ରେ ପ୍ରାୟ ଛଅ ବର୍ଷ ବିତିଗଲାଣି। ସେ ଅଭିଷେକ୍‌ଙ୍କ ସହ ‘ରିଭେଞ୍ଜ୍‌’,ବାବୁସାନ୍‌ଙ୍କ ସହ ‘ସୁଇଟ୍‌ ହାର୍ଟ’ ଓ ଅମ୍ଳାନଙ୍କ ସହ ‘ବଜରଙ୍ଗୀ’ରେ କାମ କରିଛନ୍ତି।ଅବଶ୍ୟ ପଥମ ଫିଲ୍ମ ‘ମୁଁ ପ୍ରେମୀ ମୁଁ ପାଗଳ’ରେ ନବାଗତ ହରିହରଙ୍କ ଅପୋଜିଟ୍‌ରେ ଦେଖା ଦେଇଥିଲେ ଅନୁଭା। କିନ୍ତୁ ଏଯାବତ୍‌ ଲୋକପ୍ରିୟ ନାୟକ ଅନୁଭବଙ୍କ ସାଥ୍‌ ମିଳିନି ତାଙ୍କୁ।ସତରେ କ’ଣ ଦର୍ଶକ ଅନୁଭବ-ଅନୁଭାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ଚାହାଁନ୍ତି ନାହିଁ?

ସମ୍ବନ୍ଧିତ ଖବର