ମୁମ୍ବାଇ: ପ୍ରସିଦ୍ଧ ଭଜନ ଓ ଶାସ୍ତ୍ରୀୟ ସଂଗୀତ ଗାୟକ ଅନୁପ ଜାଲୋଟା ଏବଂ ତାଙ୍କର ଶିଷ୍ୟ ଏଲ୍ ନୀତେଶ କୁମାରଙ୍କ ଆଲବମ୍ “ଭଜନ ପରମ୍ପରା”କୁ ଭକ୍ତିସଂଗୀତ ବିଭାଗରେ ଶ୍ରେଷ୍ଠ ଆଲବମ୍ ଭାବେ କ୍ଲେଫ୍ ମ୍ୟୁଜିକ ଆୱାର୍ଡ ପ୍ରଦାନ କରାଯାଇଛି। ରେଡିଓ ମ୍ୟୁଜିକ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା କ୍ଲେଫ୍ ମ୍ୟୁଜିକ ଆୱାର୍ଡର ଭକ୍ତିସଂଗୀତ ବିଭାଗରେ ଶ୍ରେଷ୍ଠ ସ୍ଥାନ ଲାଭ କରିଥିବା “ଭଜନ ପରମ୍ପରା” ଆଲବମର କଣ୍ଠଶିଳ୍ପୀ ଏଲ୍ ନୀତେଶ କୁମାରଙ୍କ ଘର ଓଡ଼ିଶାରେ। ସେ ମୁମ୍ବାଇରେ ରହି ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଶିଷ୍ୟତ୍ବ ଗ୍ରହଣ କରି ଭଜନ ଗାୟନର ସ୍ବତନ୍ତ୍ର ତାଲିମ ନେଉଛନ୍ତି।

Advertisment

publive-image

ସଙ୍ଗୀତ ଜଗତର ଜଣାଶୁଣା କଳାକାର ଡକ୍ଟର ଏଲ୍ ସୁବ୍ରମଣ୍ୟମ୍, ସୁଦେଶ ଭୋଁସଲେ, ସୋନୁ ନିଗମ ଉପସ୍ଥିତିରେ ଏହି ପୁରସ୍କାର ଏଲ୍ ନୀତେଶ କୁମାର ମୁମ୍ବାଇରେ ଅନୁଷ୍ଠିତ ରଙ୍ଗରଙ୍ଗ ଉତ୍ସବରେ  ଗ୍ରହଣ କରିଥିଲେ।  ଏହି ପୁରସ୍କାର ପାଇବା ପରେ ନିତେଶ ବହୁତ ଖୁସି ଏବଂ ସେ ତାଙ୍କର ଗୁରୁ, ପିତାମାତା ଏବଂ ତାଙ୍କୁ ଭଲ ପାଉଥିବା ଶ୍ରୋତାମାନଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ଗୁରୁଜୀ ଅନୁପ ଜାଲୋଟାଙ୍କ ଆଶୀର୍ବାଦ ହେତୁ ଏହି ସଫଳତା ମିଳିଛି । ତାଙ୍କ ମାର୍ଗଦର୍ଶନରେ ମୁଁ କିଛି ଭଲ କରିବାକୁ ସକ୍ଷମ ହୋଇଛି। ଭବିଷ୍ୟତରେ ଅଧିକ ଭଲ କାମ କରିବା ପାଇଁ ଏହି ପୁରସ୍କାର ମୋ ପାଇଁ ଉତ୍ସାହର ଉତ୍ସ ହେବ।

ଟି-ସିରିଜ ବ୍ୟାନରରେ ପ୍ରସ୍ତୁତ ‘ଭଜନ ପରମ୍ପରା’ ଆଲବମକୁ ରାମାନନ୍ଦ ସାଗରଙ୍କ "ରାମାୟଣ"ରେ ଶ୍ରୀରାମ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ୍ ଉନ୍ମୋଚନ କରିଥିଲେ। କେବଳ ଟି-ସିରିଜ୍ ନୁହେଁ, ଟାଇମ୍ସ ମ୍ୟୁଜିକ୍, ଶେମାରୋ ମ୍ୟୁଜିକ୍, ଅଲଟ୍ରା ମ୍ୟୁଜିକ୍, ପେନ୍ ଭକ୍ତି, ବାବା ମ୍ୟୁଜିକ୍ ଇତ୍ୟାଦି କମ୍ପାନୀରେ ମଧ୍ୟ ନୀତେଶଙ୍କ ଭଜନ ଉପଲବ୍ଧ।