ବିଗ୍‌ ବସ୍‌ ପରେ ପୁଣି ସାଥୀରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା-ଜସ୍‌ଲୀନ୍‌ ମଥାରୁ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୨ରେ ସାଥୀରେ ଘରକୁ ପ୍ରବେଶ କରି ଚର୍ଚ୍ଚାରେ ରହିଥିଲେ ଭଜନ ସମ୍ରାଟ ଅନୁପ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ । ସୋ’କୁ ପ୍ରବେଶ କରିବା ପରେ ପରେ ଦୁହେଁ ପରସ୍ପରକୁ ପ୍ରେମ କରୁଥିବା ନେଇ ଚର୍ଚ୍ଚା ହେବା ପରେ ଜସ୍‌ଲୀନ୍‌ ମୋର କେବଳ ଜଣେ ଛାତ୍ରୀ ବୋଲି କହିଥିଲେ ଅନୁପ ଜଲୋଟା । ଦୁହିଁଙ୍କ ସଂପର୍କକୁ ନେଇ ଅନେକ ବିବାଦ ଦେଖାଯାଇଥିଲା । ବିଗ୍‌ ବସ୍‌ର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ଯୋଡ଼ି ରହି ସାରିଥିବା ଅନୁପ ଜଲୋଟା ଓ ଜସ୍‌ଲୀନ୍‌ ମଥାରୁ ଏବେ ପୁଣି ଥରେ ସାଥୀରେ ନଜର ଆସିବାକୁ ଯାଉଛନ୍ତି । ଦୁହେଁ ଏକ ଫିଲ୍ମ ‘ଓ୍ଵ ମୋରି ଷ୍ଟୁଡେଣ୍ଟ ହେ’ରେ ନଜର ଆସିବାକୁ ଯାଉଥିବା ଜଣାପଡ଼ିଛି । ଫିଲ୍ମରେ ଅନୁପ ଜଲୋଟା କଣ୍ଠଶିଳ୍ପୀ ହେବା ସହ ତାଙ୍କ ଛାତ୍ରୀ ବନିବେ ଜସ୍‌ଲୀନ ।

Image result for anup-jalota-and-jasleen-matharu-are-back-again-in-film
TellyChakkar

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ଅନୁପ ଜଲୋଟା କହିଛନ୍ତି, ଗତ ବର୍ଷ ଦୀପାବଳି ପୂର୍ବରୁ ବିଗ୍‌ ବସ୍‌ରେ ଭାଗ ନେଇ ଏକ ଧମାକା କରିଥିଲି । ଏବେ ଏହି ଫିଲ୍ମ ଦୀପାବଳି ପୂର୍ବର ଧମାକା । ଜସ୍‌ଲୀନ ଓ ମୋତେ ନେଇ ଲୋକଙ୍କ ମନରେ ଅନେକ ଭୁଲ ଧାରଣା ରହିଛି, ଯାହା ଏହି ଫିଲ୍ମ ଜରିଆରେ ଦୂର ହୋଇଯିବ । ଫିଲ୍ମରେ ଜସ୍‌ଲୀନ୍‌ ମୋ ପାଖକୁ ସଙ୍ଗୀତ ଶିଖିବାକୁ ଆସିବା ପରେ ମୁଁ ତାଙ୍କୁ ଭଲ ପୋଷାକ ପିନ୍ଧିବା ବିଷୟରେ ପ୍ରଥମେ ଶିଖାଇବି । ବାସ୍ତବ ଜୀବନରେ ମଧ୍ୟ ମୁଁ ତାହା କରେ । କେଉଁଠି କେଉଁ ପୋଷାକ ପିନ୍ଧିବା ଦରକାର, ତାହା ମୁଁ ଜଣାଇଥାଏ ।

ସମ୍ବନ୍ଧିତ ଖବର