୩୭ ବର୍ଷ ସାନ ଶିଷ୍ୟାଙ୍କ ସହ ଭଜନ ସମ୍ରାଟଙ୍କ ଇଲୁଇଲୁକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଦେଶର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଟେଲିଭିଜନ୍‌ ସୋ’ ବିଗ୍‌ ବସ୍‌-୧୨’ ଶୁଭାରମ୍ଭ ହୋଇଛି। ଏଥିରେ ପ୍ରତିଯୋଗୀ ଭାବେ ଏଭଳି ଦୁଇ ଜଣ ବ୍ୟକ୍ତି ଅଛନ୍ତି,ଯେଉଁମାନେ ବୟସର ତାରତମ୍ୟ ହେଲା ୩୭ ବର୍ଷ।

ଏହି ଦୁଇ ପ୍ରତିଯୋଗୀ ହେଲେ ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା,ଯାହାଙ୍କୁ ଭଜନ ସମ୍ରାଟ୍‌ ବୋଲି ମଧ୍ୟ କୁହାଯାଏ। ଅନ୍ୟଜଣଙ୍କ ହେଲେ ଜଣେ ଯୁବତୀ,ଯାହାଙ୍କ ନାମ ଜସଲୀନ୍‌ ମଥାରୁ ଯିଏ କି ଅନୁପଙ୍କର ଶିଷ୍ୟା।  ସବୁଠାରୁ ମଜାଦାର କଥା ହେଉଛନ୍ତି ପ୍ରୌଢ ଅନୁପ ଜଲୋଟାଙ୍କୁ ସୁନ୍ଦରୀ ଯୁବତୀ ଜସଲିନ୍‌ ପ୍ରାୟ ସାଢେ ତିନି ବର୍ଷ ହେବ ଡେଟ୍‌ କରୁଛନ୍ତି। ଆଉ ଏକଥା କାହାରିକୁ ବି ଜଣା ନଥିଲା।

ଜସଲୀନଙ୍କ ଅନୁଯାୟୀ ସେ ଅନୁପ ଜଲୋଟାଙ୍କର ଜଣେ ଫ୍ୟାନ୍‌ ହୋଇଥିବା ହେତୁ ସହଜରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ପିତାମାତା ବି ଏହି ଡେଟିଂ ସଂପର୍କରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଜସଲିନ୍‌। ଏହାର ଖୁଲାସା ବିଗ୍‌ ବସ୍‌ ସିଜିନ୍‌ -୧୨ର ମଞ୍ଚରେ।

ଜସଲୀନ୍‌ ଏକଥା ବି କହିଛନ୍ତି  ‘ଆମେ ଦୁହେଁ ପ୍ରଥମ ଥର ପାଇଁ ସାର୍ବଜନିକ ସ୍ତରରେ ଏହି ପ୍ରେମ ସଂପର୍କର ଖୁଲାସା କରିଛୁ,ଯାହା ପିତାମାତା ଓ ବନ୍ଧୁମାନଙ୍କ ପାଇଁ ଏକଦମ୍‌ ସରପ୍ରାଇଜ୍‌।’

‘ବିଗ୍‌ବସ’ ଘରେ ଏଣ୍ଟ୍ରି ନେବା ବେଳେ ଜସଲୀନ୍‌ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଅପରପକ୍ଷରେ ଭଜନ ସମ୍ରାଟ୍‌ ଅନୁପ ଜଲୋଟା ନିଜର ପ୍ରସିଦ୍ଧ ଭଜନ ‘ଐସି ଲାଗି ଲଗନ୍‌ ’ ଗାଇ ‘ବିଗ୍‌ବସ୍‌’ ଘରେ ପ୍ରବେଶ କରିଥିଲେ। ଏହି ସମୟରେ ସେଠାକାର ପରିବେଶ ଏକଦମ ଭକ୍ତିମୟ ହୋଇ ଉଠିଥିଲା।

କିନ୍ତୁ ଅନୁପ ଜଲୋଟା ଓ ଜସଲୀନଙ୍କ ପ୍ରେମ କାହାଣୀ ଶୁଣିଲେ ସଲମାନ୍‌,ସେ ଚମକି ପଡ଼ିଲେ। ଖାଲି ସେତିକି ନୁହେଁ ସଲମାନ୍‌ ଅନୁପ ଜଲୋଟାଙ୍କର ଶିଷ୍ୟ ହେବା ପାଇଁ ମଧ୍ୟ ଇଚ୍ଛା ବ୍ୟକ୍ତ କରିଥିଲେ। ଖାଲି ସେତିକି ନୁହେଁ ରିଆଲିଟି ଟେଲିଭିଜନ୍‌ ସୋ’ ବିଗ୍‌ ବସ୍‌-୧୨’ ର ଅନ୍ୟ କେତେକ  ପ୍ରତିଯୋଗୀ ବି ଏକଥା ଶୁଣି ତାଜୁବ୍‌ ହୋଇଛନ୍ତି । ସେମାନେ ବି ଅନୁପ ଜଲୋଟାଙ୍କର ଶିଷ୍ୟ ହେବା ପାଇଁ ମଧ୍ୟ ଇଚ୍ଛା ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର