ଘରୁ ବାହାରିବା ପରେ ଜସ୍ଲୀନ୍ଙ୍କୁ ନେଇ ବଡ଼ ଖୁଲାସା କଲେ ଭଜନ ସମ୍ରାଟ ଅନୁପ୍ ଜଲୋଟା, କହିଲେ; ଆମ ଭିତରେ ପ୍ରେମ ସଂପର୍କ ନୁହେଁ, ରହିଛି…
ମୁମ୍ବାଇ: ଦେଶ ବିଦେଶରେ ଭଜନ ସମ୍ରାଟ ରୂପେ ଖ୍ୟାତ ଅନୁପ ଜଲୋଟା ଟେଲିଭିଜନର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ର ସିଜିନ୍-୧୨ରୁ ବାହାରି ସାରିଛନ୍ତି । ଗତକାଲି ହୋଇଥିବା ଓ୍ଵିକ୍ଏଣ୍ଡ କା ବାର୍ରେ ଅନୁପ୍ଙ୍କ ସମେତ ପ୍ରତିଯୋଗୀ ସବା ଖାନ୍ ମଧ୍ୟ ଘରୁ ବାହାରିଥିଲେ । ବାହାରକୁ ଆସିବା ପରେ ଭଜନ ସମ୍ରାଟ ଜସ୍ଲୀନ୍ ଏବଂ ତାଙ୍କ ମଧ୍ୟରେ ଅସଲ ସଂପର୍କ କ’ଣ ତାହା ସମସ୍ତଙ୍କୁ ଜଣାଇଛନ୍ତି । ସୋ’ରୁ ବାହାରିବା ପରେ ଜସ୍ଲୀନ୍ ତାଙ୍କ ପ୍ରେମିକା ନୁହନ୍ତି ବୋଲି କହିଛନ୍ତି ଅନୁପ ଜଲୋଟା ।
Sambad is now on WhatsApp
Join and get latest news updates delivered to you via WhatsApp
ଜସ୍ଲୀନ୍ଙ୍କ ସହ ନିଜ ସଂପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଲୋକାମାନେ ଆମ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ କେବେ ବୁଝି ପାରିବେ ନାହିଁ । ଆମର କୌଣସି ପ୍ରକାରର ପ୍ରେମ କାହାଣୀ ନାହିଁ । ଆମେ ଦୁହେଁ କେବଳ ମ୍ୟୁଜିକାଲ ରିଲେସନ୍ସିପ୍ ସେୟାର କରୁଛୁ । ସେ ମୋ ଶିଷ୍ୟା ଏବଂ ମୁଁ ତାଙ୍କର ଗୁରୁ । ମୁଁ ତାଙ୍କୁ ସଙ୍ଗୀତ ଶିଖିବାରେ ସାହାଯ୍ୟ କରିଥିଲି । ଆମ ଭିତରେ ପ୍ରେମିକ-ପ୍ରେମିକା ଭଳି କୌଣସି ସଂପର୍କ ନାହିଁ । ଏହା ସହ ଆମ ଭିତରେ ଶାରୀରିକ ସଂପର୍କ ମଧ୍ୟ ନାହିଁ ବୋଲି କହିଥିଲେ ଅନୁପ ଜଲୋଟା ।