ଭଲ ଦେଖାଯିବା ପାଇଁ କେଶ ପ୍ରତିରୋପଣ କରିଥିଲେ ଅନୁପ୍‌ ଜଲୋଟା,ଗୋଟିଏ ଗୋଟିଏ କେଶ ପାଇଁ ଖର୍ଚ୍ଚ କରିଥିଲେ ଏତିକି ଟଙ୍କା

ମୁମ୍ବାଇ : ବିଗ୍‌ ବସ୍‌ର ସିଜିନ୍‌-୧୨ ଆରମ୍ଭ ହେବା ପୂର୍ବରୁ ହିଁ ଏହା ଚର୍ଚ୍ଚାରେ ରହି ଆସିଥିଲା । ଆରମ୍ଭ ହେବା ପରେ ପ୍ରତିଯୋଗୀମାନଙ୍କର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଥିବା ବେଳେ ଜଣ ଜଣଙ୍କର ରାଜ୍‌ର ଖୁଲାସା ହୋଇଥିଲା । ସମସ୍ତେ ନିଜ ସହ ଜଡ଼ିତ ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଥିବା ବେଳେ ଏବେ ଅନୁପ ଜଲୋଟା ନିଜ ସହ ଜଡ଼ିତ ଏକ ରାଜ ଉପରୁ ପରଦା ଉଠାଇଛନ୍ତି ।

Firstpost Hindi

ଅନୁପ ନିଜର କେଶ ପ୍ରତିରୋପଣ କରିଥିବା କଥା କହିବା ସହ ଏ ନେଇ ସେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଜଣାଇଥିଲେ । ୭୦୦୦ଟି କେଶ ପ୍ରତିରୋପଣ କରିବା ପରେ ତାଙ୍କ ମୁଣ୍ଡରେ କେଶ ଥିବା ଜଣା ପଡ଼ିଥିଲା । ପ୍ରତିଟି କେଶ ପାଇଁ ସେ ୧୦୦ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ପ୍ରତିଯୋଗୀ ରୋମିଲ,ଦୀପକ ଏବଂ ରୋହିତଙ୍କୁ ଜଣାଇଥିଲେ । କେଶକୁ କଳା କ’ଣ ପାଇଁ କରୁ ନାହଁ ବୋଲି ପଚରାଯିବା ପରେ ବୟସ ଗୋଟେ ଲୁଚାଇବା ଜିନିଷ ନୁହଁ ବୋଲି ଉତ୍ତର ରଖିଥିଲେ ଅନୁପ ।

ସମ୍ବନ୍ଧିତ ଖବର