ଅନୁପମଙ୍କ ପ୍ରଶ୍ନରେ ଲାଜେଇଗଲେ କମେଡି କିଙ୍ଗ କପିଲ ଶର୍ମା

ମୁମ୍ବାଇ: କପିଲ ଶର୍ମା ଶୋରେ ଆସିବାକୁ ଥିବା ଏପିଶୋଡ଼ରେ ଶନିବାର ଦିନ ବଲିଉଡ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅନୁପମ ଖେର ନଜର ଆସିବେ | ତେବେ ନିଜ କମେଡିରେ ଅନ୍ୟ ଅତିଥିଙ୍କ ମୁହଁ ବନ୍ଦ କରିଦେଉଥିବା କପିଲଙ୍କୁ ଏଥର ନିଜକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡିବ | କାରଣ ଅନୁପମ ଏଭଳି କିଛି କଥା କହିଛନ୍ତି ଯେଉଁଥିରେ କପିଲ ଲାଜେଇଯାଇଛନ୍ତି |

ଶୋ ର ପ୍ରମୋରୁ ଦେଖିବାକୁ ମିଳିଛି ଯେ ଅନୁପମ କହିଛନ୍ତି ଯେ କପିଲଙ୍କର ପୁଅ ହେଉ ବା ଝିଅ ହେଉ ସେ କପିଲଙ୍କ ଭଳି ବଦମାସ ହେବ | ଏହାପରେ ଅନୁପମ କପିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଛୁଆ ହେବା ନେଇ କିଛି ଖବର ଅଛି କି ? ଅନୁପମଙ୍କ ଏଭଳି ଅପ୍ରତ୍ୟାଶିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କପିଲ ହଡବଡେଇଯାଇଥିଲେ |

ଅନୁପମ ବାରମ୍ବାର ଏହି ପ୍ରଶ୍ନ ପଚାରିବାରୁ କପିଲ କହିଥିଲେ ଯେ ଆପଣମାନଙ୍କର ଆଶୀର୍ବାଦ ଆବଶ୍ୟକ | ଏହା ଶୁଣି ଅନୁପମ କହିଥିଲେ ଯେ ଛୁଆ ହେବା ପାଇଁ କପିଲଙ୍କର ଆଶୀର୍ବାଦ ଆବଶ୍ୟକ | ଏହା ଶୁଣି ଉପସ୍ଥିତ ଦର୍ଶକ ତ ଢେର ହସିଥିଲେ କିନ୍ତୁ କପିଲ ଲାଜେଇଯାଇଥିଲେ | ଏହା ପୂର୍ବରୁ କଣ୍ଠଶିଳ୍ପୀ ଉଷା ଉଥୁପ ମଧ୍ୟ କପିଲଙ୍କ ଶୋ କୁ ଆସି କପିଲଙ୍କୁ ଏ ବାବଦରେ ପଚାରିଥିଲେ | କପିଲ କହିଥିଲେ ଛୁଆ ହେବା ପାଇଁ ୯ ମାସ ସମୟ ଲାଗିବ |

ସମ୍ବନ୍ଧିତ ଖବର