ବର୍ଷକ ପରେ ଭାରତ ଫେରୁଛନ୍ତି ଋଷି କପୁର, ଏଭଳି ଟୁଇଟ୍‌ କରି ବିଦାୟ ଦେଲେ ଅନୁପମ ଖେର୍‌

ମୁମ୍ବାଇ : ପ୍ରାୟ ବର୍ଷେ ପରେ ଭାରତ ଫେରୁଛନ୍ତି ବଲିଉଡ୍‌ ଅଭିନେତା ଋଷି କପୁର ଓ ତାଙ୍କ ପତ୍ନୀ ନୀତୁ କପୁର । ବର୍ଷେ ତଳେ ଋଷି କପୁର ନିଜ ରୋଗର ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିବା ବେଳେ ଆଜି ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରୁଥିବା ନେଇ ଟୁଇଟ୍‌ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର୍‌ । ଅନୁପମଙ୍କ ଟୁଇଟ୍‌ ପରେ ଋଷି କପୁରଙ୍କ ଫେରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଟୁଇଟ୍‌ରେ, “ପାଖାପାଖି ବର୍ଷେ ନ୍ୟୁୟର୍କରେ ରହି ଆଜି ତୁମେ ଭାରତ ଫେରୁଛ । ତୁମର ଯାତ୍ରା ମଙ୍ଗଳମୟ ହେଉ । ସୁରକ୍ଷିତ ଭାବେ ତୁମେ ଭାରତ ପହଞ୍ଚ, ଏହା ମୁଁ କାମନା କରୁଛି । ଏବେ ମୁଁ ତୁମକୁ ବିଦାୟ ଦେଇ ଉଭୟ ଖୁସି ଓ ଦୁଃଖୀ । ମୁଁ ତୁମକୁ ଆଗକୁ ବହୁତ ମନେ ପକାଇବାକୁ ଯାଉଛି” ବୋଲି ଲେଖିଥିଲେ ଅନୁପମ ଖେର୍‌ । ଯାହା ପରେ ଦୁହେଁ ଭାରତ ଫେରୁଥିବା ନେଇ ସ୍ପଷ୍ଟ ହୋଇଥିଲା ।

ସୂଚନା ମୁତାବକ, ହଠାତ୍‌ ଋଷି କପୁର ନିଜର ସବୁ କାମ ଅଧାରେ ଛାଡ଼ି ନ୍ୟୁୟର୍କ ଚାଲି ଯାଇଥିଲେ । କର୍କଟ ରୋଗରେ ପୀଡ଼ିତ ଥିବା ନେଇ ଜଣା ପଡ଼ିବା ପରେ ବର୍ଷେ ପର୍ଯ୍ୟନ୍ତ ସେଠାରେ ରହି ନିଜର ଚିକିତ୍ସା କରାଇଥିଲେ ।

ସମ୍ବନ୍ଧିତ ଖବର