ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ଆକ୍ରନ୍ତ ହୋଇଛନ୍ତି। ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ବାମୀ ଅନୁପମ ଖେର ଓ ପୁଅ ସିକନ୍ଦର ଖେର ଏହାର ସୂଚନା ଦେଇଥିଲେ।
ଅନୁପମ ଖେର ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ‘ଦୟାକର ଗୁଜବ ପ୍ରଚାର କରନ୍ତୁ ନାହିଁ। ମୁଁ ଓ ପୁଅ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ କି କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକ ପ୍ରକାର ରକ୍ତ କର୍କଟ। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଆମକୁ ବିଶ୍ବାସ ଯେ ସେ ନିଶ୍ଚୟ ଏହି ଯୁଦ୍ଧରେ ବିଜୟ ହେବେ।’
— Anupam Kher (@AnupamPKher) April 1, 2021
ଆମକୁ ଖୁସି ଲାଗୁଛି କି କିରଣଙ୍କ ଚିକିତ୍ସା ଭଲ ଡାକ୍ତର ଟିମ କରୁଛନ୍ତି। ସେ ସର୍ବଦା ଯୋଦ୍ଧା ରହିଛନ୍ତି। କୌଣସି ବି ପରିସ୍ଥିତିରେ କିରଣ ହାରି ଯାଇ ନାହାନ୍ତି। ଦୃଢ଼ତାର ସହ ସାମ୍ନା କରିଛନ୍ତି। ସେ ସମସ୍ତଙ୍କୁ ବହୁତ ସ୍ନେହ କରନ୍ତି। ସେଥିପାଇଁ ତ ତାଙ୍କର ଏତେମାତ୍ରାରେ ପ୍ରଶଂସକ ରହିଛନ୍ତି। କିରଣଙ୍କୁ ସ୍ନେହ ଦେବା ସହ ପ୍ରାର୍ଥନା କରନ୍ତୁ କି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।
ମାର୍ଚ୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସର ଏକ ଅଭିଯୋଗର ଜବାବ ଦେଇଥିଲେ। ଆଉ ଏହି ସମୟରେ ସେ କହିଥିଲେ କିରଣ ଖେର କ୍ୟାନସରରେ ଆକ୍ରାନ୍ତ। ସେ ଲକଡାଉନରେ ମଧ୍ୟ ଚଣ୍ଡିଗଡ଼ରେ ରହି ଲୋକଙ୍କୁ ସହଯୋଗ କରୁଥିଲେ। ତେବେ ନଭେମ୍ବରରେ ତାଙ୍କ ହାତ ଭାଙ୍ଗିଯାଇଥିଲା। ଏହା ପରେ ସେ ଚଣ୍ଡିଗଡ଼ରେ ଚିକିତ୍ସିତ ହୋଇଥିଲେ। ଏହି ସମୟରେ ସେ ମଲ୍ଟିପୁଲ୍ ମାଇଲୋମା ନାମକ ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ ମୁମ୍ବାଇକୁ ଚିକିତ୍ସା ପାଇଁ ଯାଇଥିଲେ।