ଭିଡିଓ ଜାରି କରି କରୋନା ଭାଇରସରୁ ବର୍ତ୍ତିବା ପାଇଁ ଲୋକମାନଙ୍କୁ ଏଭଳି ଉପଦେଶ ଦେଲେ ଅନୁପମ ଖେର୍

ନୂଆଦିଲ୍ଲୀ: ଏବେ ସାରା ଦେଶରେ କରୋନାଭାଇରସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଭାଇରସର ଶିକାର ହୋଇ ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ବିଭିନ୍ନ ଦେଶର ବୈଜ୍ଞାନିକ ଏବଂ ଡାକ୍ତରମାନେ ମିଶି ଏହାର ଟୀକା ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାଇରସର ମୁକାବିଲା ପାଇଁ କୌଣସି ଟୀକା ଆସିପାରି ନାହିଁ। ଭାରତରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ୭୦ରୁ ଅଧିକ ଲୋକ ଏହାର ଶିକାର ହୋଇସାରିଛନ୍ତି। ତେବେ ପରିସ୍ଥିତିକୁ ଦେଖି ବଲିଉଡ୍ ଅଭିନେତା ଅନୁପମ ଖେର୍ ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ଏ ମାରାତ୍ମକ ଭାଇରସରୁ ବର୍ତ୍ତିବାର ଉପାୟ ଲୋକଙ୍କୁ ଜଣାଇଛନ୍ତି।

ଭିଡିଓର କ୍ୟାପସନରେ ଲେଖାଯାଇଛି କି, ଏବେ ମୋତେ କୌଣସି ପ୍ରକାରର ସଂକ୍ରମଣକୁ ରୋକିବା ପାଇଁ ହାତକୁ ସଫା ରଖିବାକୁ ଅନେକ ଲୋକ କହୁଛନ୍ତି। ଯାହା ମୁଁ କରୁଛି ମଧ୍ୟ। ଆପଣମାନେ ମଧ୍ୟ ହାତକୁ ସଫା ରଖିବା ସହ  ଲୋକଙ୍କୁ ଅଭିବାଦନ କରିବା ପାଇଁ  ପୁରାତନ ଭାରତୀୟ ଉପାୟ ଆପଣାନ୍ତୁୁ ବୋଲି ମୁଁ  ପରାମର୍ଶ ଦେବାକୁ ଚାହୁଁଛି। ଏଭଳି କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଭିଡିଓ ସେୟାର କରି ଜଣାଇଛନ୍ତି।

ସମ୍ବନ୍ଧିତ ଖବର