ମୁମ୍ବାଇ: ବଲିଉଡର ଅଭିନେତା ଅନୁପମ ଖେର ପ୍ରତିଭାବାନ କଳାକାରମାନଙ୍କ ମଧ୍ୟରୁ ଜଣେ। ସେ ଚଳଚ୍ଚିତ୍ରରେ ଅନେକ ପ୍ରକାରର ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରନ୍ତି। ଏଥିପାଇଁ ସେ ଦର୍ଶକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜୟ ୬୯’ ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ସିନେମାର ସୁଟିଂ ସମୟରେ ସେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଅନୁପମଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିବା କୁହାଯାଉଛି। ସୋମବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଅନୁପମ ନିଜ ଆହତ ହେବା ଖବର ସୂଚନା ଦେଇଛନ୍ତି।
View this post on Instagram
ଅନୁପମ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ତୁମେ ଏକ ସ୍ପୋର୍ଟସ ଫିଲ୍ମରେ କାମ କରୁଛ। କିନ୍ତୁ ଏଥିରେ ଯଦି ଆଘାତ ନ ପାଇଛ !! ତାହା କିପରି ହେବ? ମୋର ମା’ ଦୁଲାରି ଆଘାତ ଲାଗିବା କଥା ଶୁଣି ପୂରା ବ୍ୟସ୍ତ ହୋଇପଡ଼ିଛନ୍ତି। ଆଉ କହୁଛନ୍ତି, ‘‘ ଏବେ ଦୁନିଆକୁ ତୋର ବଡ଼ି ଦେଖା, ଆଉ ଷ୍ଟାଇଲ ଦେଖା। ତତେ କାହାରି ଖରାପ ନଜର ଲାଗି ଯାଇଛି।’’ କିନ୍ତୁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଠିକ ଅଛି। ଆଉ ଖୁବଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂ ଆରମ୍ଭ କରିବି। ଆପଣମାନଙ୍କ ପାଇଁ ଏକ ଜବରଦସ୍ତ ସିନେମା ନେଇ ଆସିବି।’