କରୋନା ମୁକ୍ତ ହୋଇ ଘରକୁ ଫେରିଲେ ଅନୁପମ ଖେରଙ୍କ ମା’, ଭିଡିଓ ସେୟାର କରି ସୂଚନା ଦେଲେ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ଅନୁପମ ଖେରଙ୍କ ମା’ କରୋନା ଭୂତାଣୁ(କୋଭିଡ -୧୯) ମୁକ୍ତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଅନୁପମ ଖେର ଟ୍ୱିଟରରେ ଏକ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ଟୁଇଟ୍ କରାଯାଇଥିବା ଭିଡିଓଟି ହସ୍ପିଟାଲରେ ରେକର୍ଡ କରାଯାଇଛି, ଯେଉଁଥିରେ ସେ ତାଙ୍କ ମାଆଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ମା ବର୍ତ୍ତମାନ ଘରେ ଅଛନ୍ତି ଏବଂ ଭିଡିଓଟି ସେ ଡାକ୍ତରଖାନାରୁ ଡିସଚାର୍ଜ ହେବା ଦିନର ବୋଲି କହିଛନ୍ତି। ଅନୁପମ ଖେର କହିଛନ୍ତି ଯେ, ତାଙ୍କ ମାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ।

ଅନୁପମ ଖେର ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ଏହି ଭିଡିଓଟି ହେଉଛି ଯେଉଁ ଦିନ ମା’ଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ମୋତେ ସମୟ ପୂର୍ବରୁ ଆସିବାର ଦେଖି, ଯେତେବେଳେ ସେ ମୋତେ ‘ପାଗଳ’ ବୋଲି ଡାକିଲେ, ମୁଁ ବୁଝିଗଲି ଯେ ସେ ସୁସ୍ଥ ଅଛନ୍ତି | ମା’ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିବ | କିନ୍ତୁ ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ | ସୂଚନା ମୁତାବକ,ଅନୁପମ ଖେରଙ୍କ ପରିବାରର ଅନେକ ସଦସ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ତାଙ୍କ ମା’ ଦୁଲାରୀ ଦେବୀ, ଭାଇ ରାଜୁ, ତାଙ୍କ ପତ୍ନୀ ଏବଂ ଝିଆରୀ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ସମ୍ବନ୍ଧିତ ଖବର