ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସର ଏଭଳି ତତ୍ପରତା ଦେଖି ମୁମ୍ବାଇ ପୁଲିସକୁ ଅନୁପମ ଖେର ଧନ୍ୟବାଦ ଜଣାଇଛନ୍ତି।

Advertisment

ଅନୁପମ ଖେର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଚୋରମାନଙ୍କ ଫଟୋ ଦେଇଥିବା ବେ‌ଳେ ଉକ୍ତ ଚୋରଙ୍କୁ ପୁଲିସ ଧରୁଥିବାର ଦେଖିବାକୁ ମିଳୁଛି।

ଅନୁପମ ଖେର ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ମୁମ୍ବାଇ ପୁଲିସକୁ ମୋର ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।  ମୋ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା , ମୋର ଆଲମାରୀ ଭାଙ୍ଗି ସାମଗ୍ରୀ ଚୋରି କରିଥିବା ଦୁଇଜଣ ଚୋରଙ୍କୁ ପୁଲିସ ଧରି ନେଇଛି। ୪୮ଘଣ୍ଟା ମଧ୍ୟରେ ପୁଲିସ ଏସବୁ କରି ତାର ଉତ୍ତମ ଦକ୍ଷତାର ପରିଚୟ ‌ଦେଇଛି। ସେଥିପାଇଁ ପୁଲିସ ବିଭାଗକୁ ମୋର ଅଶେଷ ଅଶେଷ ଧନ୍ୟବାଦ।