ମୁମ୍ବାଇ: କିଛି ଦିନ ତଳେ ଭାରତର ପ୍ରମୁଖ ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ବଲିଉଡ ଅଭିନେତା ଅନୁପମ ଖେରଙ୍କ ମଧ୍ୟ ବିବାଦ ଦେଖାଦେଇଥିଲା। ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ନିର୍ମାତା ବିବେ‌କ ଅଗ୍ନିହୋତ୍ରୀ କହିଥିଲେ ଯେ, ଛୋଟ କଳାକାର ଥିବାରୁ କପିଲ ଶର୍ମା ‘ଦ କଶ୍ମୀର ଫାଇଲ୍ସ’ କଳାକାରଙ୍କୁ ନିଜ ସୋ’କୁ ଡାକିଲେନି। ଏହି ଘଟଣା ନେଇ ଅନୁପମ ଖେର କହିଥିଲେ ଯେ, ମୋତେ ୨ମାସ ପୂର୍ବରୁ କପିଲଙ୍କ ସୋ’କୁ ଯିବା ପାଇଁ ଫୋନ ଆସିଥିଲା। କିନ୍ତୁ ଫିଲ୍ମର କାହାଣୀର ଗମ୍ଭୀରତାକୁ ଦେଖି ମୁଁ ଯିବାକୁ ମନା କରିଦେଇଥିଲି। ଏସବୁ ୨ମାସ ତଳର କଥା।

Advertisment

ତେବେ ଅଭିନୟ କରିଥିବା ଫିଲ୍ମର ପ୍ରମୋସନ ପାଇଁ କପିଲ ଡାକିନଥିବା ବେଳେ ଏବେ କେମିତି ଅନୁପମ ତାଙ୍କ ସହ ସୁଟିଂ କରୁଛନ୍ତି, ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀ। ସୋସିଆଲ ମିଡିଆରେ ଅନୁପମ ଖେର୍ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ କପିଲ ତାଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବା ଦେଖାଯାଇଛି।

ଏଭଳି ଫଟୋ ଭାଇରାଲ ହେବା ପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଅନୁପମଜୀ ଆପଣ କ’ଣ କପିଲ କରିଥିବା କାମକୁ ଭୁଲିଗଲେ। ସେ ଆପଣଙ୍କ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ର ପ୍ରମୋସନ କରିବାକୁ ମନା କରିଦେଇଥିଲେ। ତା’ପରେ ଲୋକମାନେ ସେହି ଚଳଚ୍ଚିତ୍ରକୁ ବହୁ ପରିମାଣରେ ଦେଖିଥିଲେ ଏବଂ ଏହାକୁ ବ୍ଲକବଷ୍ଟର କରିଥିଲେ। ଆପଣଙ୍କ ଭଳି ମହାନ କଳାକାରଙ୍କୁ କପିଲଙ୍କ ଭଳି ମଣିଷର ଆବଶ୍ୟକତା ନାହିଁ। ଆପଣ କାହିଁକି ତାଙ୍କ ସୋ’କୁ ଯାଉଛନ୍ତି।