୬୩ବର୍ଷ ବୟସରେ ପାଦ ଦେଲେ ଅନୁପମ ଖେର୍‌; ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି ଅଜଣା କଥା

ମୁମ୍ବାଇ: ୧୯୫୫ ମାର୍ଚ୍ଚ ୭ ତାରିଖରେ ଜନ୍ମ ହୋଇଥିଲେ ବଲିଉଡ଼ର କିମ୍ବଦନ୍ତୀ ଅଭିନେତା ଅନୁପମ ଖେର୍‌ । ଆଜି ସେ ୬୩ବର୍ଷ ବୟସରେ ପାଦ ରଖିଥିବା ବେଳେ ସାରା ଦେଶରେ ଥିବା ତାଙ୍କ ପ୍ରଶଂସକମାନେ ତାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ, ଆଜି ତାଙ୍କର ୬୩ତମ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ୬୨ବର୍ଷର ଜୀବନଯାତ୍ରା ସଂପର୍କରେ । ଜୀବନର ଏହି ଯାତ୍ରାରେ ତାଙ୍କ ସହ କ’ଣ କ’ଣ ଘଟିଥିଲା ଏବଂ ସେ ଏହାର ସାମ୍ନା କିପରି କରିଥିଲେ ଆସନ୍ତୁ ସେ ସବୁ ସଂପର୍କରେ ବିସ୍ତାର ଭାବେ ଜାଣିବା ।

୧.ଅନୁପମ ଖେର୍‌ଙ୍କ ବାପା ଜଣେ କ୍ଲର୍କ ଭାବେ କାମ କରୁଥିବା ବେଳେ ସେ ତାଙ୍କ ବାପାଙ୍କ ପଥ ଅନୁସରଣ କରିବା ଉଚିତ୍‌ ଭାବି ନଥିଲେ । ଫିଲ୍ମଶିଳ୍ପର ରଙ୍ଗିନ ଦୁନିଆରେ ନିଜ ଛବିକୁ ଦେଖିବା ପାଇଁ ସେ ଚାଲି ଆସିଥିଲେ ମୁମ୍ବାଇକୁ । ମୁମ୍ବାଇ ଆସିବା ପରେ ପ୍ରକୃତ କଷ୍ଟ କ’ଣ ସେ ଜାଣିବାକୁ ପାଇଥିଲେ । ଫିଲ୍ମ ଲାଇନ୍‌ରେ କ୍ୟାରିୟର କରିବା ପାଇଁ ତାଙ୍କର ଇଚ୍ଛା ଥିବା ବେଳେ ମୁମ୍ବାଇରେ ରହିବା ପାଇଁ ପାଖରେ ଟଙ୍କା ନଥିଲା। ସେଥିପାଇଁ ସେ ମୁମ୍ବାଇର ରେଳ ଷ୍ଟେସନରେ ଶୋଇବା ଆରମ୍ଭ କରିଥିଲେ ।

Gulf News

୨. ଏତେ ସବୁ କଷ୍ଟ ପରେ ଅନୁପମ ଖେର୍‌ ୧୯୮୨ରେ ଫିଲ୍ମ ‘ଆଙ୍ଗନ’ ଜରିଆରେ ବଲିଉଡ଼ରେ ପ୍ରବେଶ କରିଥିଲେ । କିନ୍ତୁ ୧୯୮୪ରେ ରିଲିଜ ହୋଇଥିବା ଫିଲ୍ମ ‘ସାରାଂଶ’ ତାଙ୍କୁ ଅଧିକ ସଫଳତା ଦେବା ସହ ଦର୍ଶକଙ୍କ ମଧ୍ୟରେ ପରିଚିତ କରାଇଥିଲା । ଏଥିରେ ସେ ଜଣେ ମଧ୍ୟବିତ୍ତ ପରିବାରର ବୃଦ୍ଧ ଲୋକର ଚରିତ୍ରରେ ନଜର ଆସିଥିଲେ ।

rediff.com

୩. ଅନୁପମ ଖେର୍‌ ହେଉଛନ୍ତି ପ୍ରଥମ ଅଭିନେତା ଯିଏ ୫ ଥର ଭଲ ହାସ୍ୟ ଅଭିନେତା ପାଇଁ ଫିଲ୍ମ ଫେୟାର ଆଓ୍ଵାର୍ଡ଼ ଜିତିଛନ୍ତି ।

୪. ୨୦୦୪ ଏବଂ ୨୦୦୬ରେ ତାଙ୍କୁ ଯଥାକ୍ରମେ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରା ଯାଇଥିଲା ।

୫. ଅନୁପମ ଖେର୍‌ ପ୍ରଥମେ ମଧୁମାଳତୀଙ୍କୁ ବିବାହ କରିଥିବା ବେଳେ ତାଙ୍କର ବିବାହ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ନଥିଲା । ଏହାପରେ ୧୯୮୫ରେ ସେ କିରଣ ଖେର୍‌ଙ୍କୁ ବିବାହ କରିଥିଲେ । କିରଣ ଖେର୍‌ଙ୍କର ମଧ୍ୟ ତାହା ଦ୍ୱିତୀୟ ବିବାହ ଥିଲା ।

pellipetakulu.com

୬. ଫିଲ୍ମ ‘ଓମ୍‌ ଜୟ ଜଗ୍‌ଦୀଶ’ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।

୭. ବଲିଉଡ଼ ସହ ସେ ଆମେରିକାନ, ବ୍ରିଟିଶ ଏବଂ ଚାଇନିଜ୍‌ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ସେ ଅଧିକ ଫିଲ୍ମରେ ହାସ୍ୟ ଅଭିନେତା ଭାବେ କାମ କରି ସାରିଥିବା ବେଳେ ତାଙ୍କ ନେଗେଟିଭ୍‌ ଚରିତ୍ରକୁ ଲୋକମାନେ ଅଧିକ ପସନ୍ଦ କରିଛନ୍ତି ।

teekhimirchi.in

 

ସମ୍ବନ୍ଧିତ ଖବର