ଦୀପିକା ପାଦୁକୋନଙ୍କୁ ଥରେ ଅନୁପମ୍‌ ଖେର୍‌ କନ୍ଦାଇ ପକାଇଥିଲେ

ମୁମ୍ବାଇ: ଆଜି ଦୀପିକା ପାଦୁକୋନଙ୍କୁ ଜଣେ ବଡ଼ ଷ୍ଟାର୍‌ ଭାବେ ଲୋକ ଜାଣନ୍ତି। ମାତ୍ର ୨୦୦୭ ମସିହାରେ ‘ଓମ୍‌ ଶାନ୍ତି ଓମ୍‌’ ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ ସେ ଅନୁପମ୍‌ ଖେର୍‌ଙ୍କ ଆକ୍ଟିଂ ସ୍କୁଲ୍‌ରେ ନାମ ଲେଖାଇ ଅଭିନୟ ଶିଖୁଥିଲେ। ଅଭିନୟ ଶିଖିବା ପାଇଁ ଏକ ତିନି ମାସିଆ ଡିପ୍ଲୋମା କୋର୍ସରେ ନାମ ଲେଖାଇଥିଲେ।

 

ନିକଟରେ ଏକ ସାକ୍ଷାତ୍‌କାରରେ ଅନୁପମ୍‌ ଖେର୍‌ ପ୍ରକାଶ କରିଛନ୍ତି, ‘ଦୀପିକା ସେତେବେଳକୁ ଜଣେ ସଫଳ ମଡେଲ୍‌ ହୋଇ ସାରିଥିଲେ। ମୁଁ ଦୀପିକାଙ୍କୁ ମୂଳରୁ କହିଥିଲି କି କୋର୍ସ କରିବା ମଝିରେ ତୁମେ ବ୍ରେକ୍‌ ନେଇପାରିବ ନାହିଁ। ଦିନେ ମୁଁ ତାଙ୍କୁ ଅଭିନୟ କରିବାକୁ ଏକ ଥିମ୍‌ ଦେଲି। ମୁଁ ତାଙ୍କୁ ଘରର ବାଇ ଚରିତ୍ରରେ ଅଭିନୟ କରିବାକୁ କହିଲି। ସେ ସେହି ଚରିତ୍ରଟିକୁ ଠିକ୍‌ ଭାବେ ନିଭାଇ ପାରୁନଥିଲେ। ଜଣେବ ବାଇକୁ ଜଣାନଥାଏ ସେ କିପରି ଫ୍ରକ୍‌ ସ୍ପୁନ୍‌ କିମ୍ବା ଛୁରୀ ଧରିବ। ଏ ସବୁ ଶିଖାଉ ଶିଖାଉ ୪୫ ମିନିଟ୍‌ ହୋଇ ସାରିଥାଏ। ବ୍ୟତିବ୍ୟସ୍ତ ହୋଇ ଦୀପିକା କାନ୍ଦି ପକାଇଲେ।’

ସମ୍ବନ୍ଧିତ ଖବର