ବିଜେପିକୁ ସମର୍ଥନ କରୁଥିବାରୁ ମୋତେ ଫିଲ୍ମ ମିଳୁ ନାହିଁ: ଅନୁପମ ଖେର୍‌

ମୁମ୍ବାଇ : ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି ଦିଗ୍ଗଜ ଅଭିନେତା ଅନୁପମ ଖେର୍‌ । କିନ୍ତୁ ଏବେ ତାଙ୍କୁ ଫିଲ୍ମ ମିଳୁ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ଶୁକ୍ରବାର ରିଲିଜ ହୋଇଥିବା ତାଙ୍କର କମ ବଜେଟର ଫିଲ୍ମ ଓ୍ଵାନ୍‌ ଡେ ଜଷ୍ଟିସ ଡେଲିଭର୍ଡକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳି ପାରି ନାହିଁ । ଏହି ଫିଲ୍ମରେ ବିଚାରପତିଙ୍କ ଭୂମିକାରେ ନଜର ଆସୁଛନ୍ତି ଅନୁପମ ଖେର । ତେବେ ତାଙ୍କର ରାଜନୈତିକ ଷ୍ଟାଣ୍ଡ ପାଇଁ ବଲିଉଡ୍‌ରେ ତାଙ୍କୁ କାମ ମିଳୁ ନଥିବା କହିଛନ୍ତି ଅନୁପମ ।

telegraphindia.com

ତାଙ୍କ ଅନୁଯାୟୀ, ବିଜେପିକୁ ସମର୍ଥନ କରୁଥିବାରୁ ବଲିଉଡ୍‌ରୁ ମୋତେ ଅଲଗା କରିବା ପାଇଁ ଯୋଜନା ଆରମ୍ଭ ହୋଇ ଯାଇଛି । କରି କରି ସେମାନେ କ’ଣ କରିବେ? ମୋତେ କାମ ଦେବେ ନାହିଁ । ମୁଁ ୯୯.୯ପ୍ରତିଶତ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ । ମୋତେ ୦.୦୧ ପ୍ରତିଶତ ଲୋକଙ୍କର କୌଣସି ଆବଶ୍ୟକତା ନାହିଁ । ଏମାନେ ମୋତେ ଫିଲ୍ମରେ କାମ ଦେଉ ନାହାନ୍ତି । କିନ୍ତୁ ମୋ ନାଁ ହଲିଉଡ୍‌ର ୧୦ପ୍ରଭାବଶାଳୀ ନାମ ଭିତରେ ରହିଛି । ସତ୍ୟ ପଥରେ ଏକା ଲାଗିବା ସ୍ୱାଭାବିକ । କିନ୍ତୁ ସେଥିରେ ବହୁତ ଶକ୍ତି ରହିଥାଏ ଏବଂ ମୋ ସଫଳତା ଏହାକୁ ପ୍ରମାଣିତ କରିଛି ।

ସମ୍ବନ୍ଧିତ ଖବର