ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ଅନୁପମ୍ ଖେର୍

ମୁମ୍ବାଇ: ବଲିଉଡର ବହୁ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଲାଗି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି। ଏହିକ୍ରମରେ ବରୁଣ ଧୱନ, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ମୁକେଶ ଖାନ୍ନାଙ୍କ ନାମ ରହିଛି। ଏବେ ଏଥିରେ ଆଉ ଏକ ନାମ ଯୋଡ଼ା ହୋଇଛି। ହଁ, ସେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ୍ ଖେର୍ । ସେ ବି ସିବିଆଇ ତଦନ୍ତ ସପକ୍ଷରେ ମତ ରଖିଛନ୍ତି।

ଅନୁପମ୍ ଖେର୍ ନିଜର ଟୁଇଟର୍ ଜରିଆରେ ଲେଖିଛନ୍ତି, ‘ଜଣେ ସାଥୀ ଅଭିନେତା ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ସଦସ୍ୟ ଭାବରେ କିମ୍ବା ଏହି ଦେଶର ଜଣେ ସାଧାରଣ ନାଗରିକ ଭାବରେ ମୁଁ ଅନୁଭବ କରୁଛି ଯେ ସୁଶାନ୍ତ ସିଂହରାଜପୁତଙ୍କ ମୃତ୍ୟୁ ଏକ ଉପଯୁକ୍ତ ତଦନ୍ତ କରାଯାଇ ବନ୍ଦ ହେଉ | ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପାଇଁ ଆମେ ବହୁତ ଋଣୀ | ଏଥିଲାଗି ସିବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ |’
ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖ ସକାଳେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମୃତ ଅଭିନେତାଙ୍କ ପିତା କେ.କେ ସିଂହଙ୍କ ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାର ତଦନ୍ତ କରୁଛି। କେ କେ ସିଂହ ଅଭିଯୋଗ କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହେରଫେର ହୋଇଛି। ରିୟା ହେଉଛନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତା।

ସମ୍ବନ୍ଧିତ ଖବର