‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ଚାଲିଥିବା ବେଳେ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚି ଅନୁପମ ଖେର କହିଲେ ଏଭଳି କଥା…

ନୂଆଦିଲ୍ଳୀ: ୫୩ ତମ ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି) ଜୁରି ହେଡ୍‌ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ଯାହାକୁ ନେଇ ଚାରିଆଡ଼େ ନାଦଭ ଲାପିଡ୍‌ଙ୍କୁ ନିନ୍ଦା କରାଯାଉଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଫିଲ୍ମର କଳାକାର ଅନୁପମ୍‌ ଖେର୍‌ ବି ତାଙ୍କୁ ନିନ୍ଦା କରିଛନ୍ତି। ଏଭଳି ସମୟରେ ଅନୁପମ ଖେର ମୁମ୍ବାଇ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବାକୁ ପହଞ୍ଚିଥିବା ଖବର ମିଳିଛି। ବୁଧବାର ସକାଳେ ଅନୁପମ ଖେର ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଲେଟେଷ୍ଟ ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ ଅନୁପମ ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଉପସ୍ଥିତ ଥିବା ବେଳେ ତାଙ୍କ ହାତରେ ଏକ ଫଟୋ ଫ୍ରେମ ଏବଂ ତାଙ୍କର ଆଗାମୀ ଫିଲ୍ମ ‘ଦ ସିଗ୍ନେଚର’ପୋଷ୍ଟର ଧରିଥିବା ଦେଖିବାକୁ ମିଳିଛି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି, ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି।

 

 

View this post on Instagram

 

A post shared by Anupam Kher (@anupampkher)

ନିର୍ଦ୍ଦେଶକ ଗଜେନ୍ଦ୍ର ଅହିରେ ଗୋଢ଼ଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଫିଲ୍ମ ‘ଦ ସିଗ୍ନେଚର’ର ସୁଟିଂ ଶେଷ ହୋଇଛି। ଏହି ଫିଲ୍ମରେ ଅନୁପମ ଖେରଙ୍କ ସହ ବଲିଉଡ୍‌ର ଭେଟେରାନ ଅଭିନେତ୍ରୀ ମହିମା ଚୌଧରୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

 

ସମ୍ବନ୍ଧିତ ଖବର