କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ହିନ୍ଦୁଙ୍କ ପାଇଁ ଶ୍ରାଦ୍ଧ କରିବେ ଅନୁପମ ଖେର୍

ମୁମ୍ବାଇ: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ହିନ୍ଦୁମାନଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିବେ ବଲିଉଡ ଅଭିନେତା ଅନୁପମ ଖେର। ଜୁନ୍ ୧୫ରେ କାଶିର ପିଶାଚ ମୋଚନ୍ ତିର୍ଥଠାରେ ଶ୍ରାଦ୍ଧ କରିବେ ଅନୁପମ। କଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡରେ ଶହ ଶହ ହିନ୍ଦୁଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଏପରି ଅନେକ ପରିବାର ଥିଲେ ଯେଉଁମାନଙ୍କର ଶ୍ରାଦ୍ଧ ହୋଇପାରିନଥିଲେ। ସନାତନ ଧର୍ମର ବିଶ୍ୱାସ ଅନୁଯାୟୀ, ଅକାଳ ମୃତ୍ୟୁ ପରେ ରୀତିନୀତି କରିବା ବାଧ୍ୟତାମୂଳକ ଅଟେ। ଏଥିପାଇଁ ତ୍ରିପିଣ୍ଡି ଶ୍ରାଦ୍ଧ ଏବଂ ନାରାୟଣ ବଳି ଦିଆଯିବ‌ା ନେଇ ଶାସ୍ତ୍ରରେ ନିୟମ ରହିଛି।

ସମୁଦାୟ ୯ଜଣ ବୈଦିକ ବ୍ରାହ୍ମଣ ଏହି ରୀତିନୀତି କରିବେ। ରୀତିନୀତିରେ ଅଂଶଗ୍ରହଣ କରିବା ପାଇଁ ଅନୁପମ ଖେର ଜୁନ୍ ୧୪ ତାରିଖ ରାତିରେ ବନାରସରେ ପହଞ୍ଚିବେ। ଏହି ବିଶେଷ ରୀତିନୀତିରେ କାଶୀ ସମେତ ବିଭିନ୍ନ ରାଜ୍ୟରୁ ଧର୍ମଗୁରୁ ଏବଂ ପଣ୍ଡିତମାନେ ଅଂଶଗ୍ରହଣ କରିବେ। ୧୯୯୦ ମସିହାରେ କଶ୍ମୀରରେ ହିନ୍ଦୁମାନଙ୍କୁ କିଭଳି ଭାବେ ହତ୍ୟା କରାଯାଇଥିଲା, ତାହା ଆପଣ ଫିଲ୍ମ ଦ କଶ୍ମୀର ଫାଇଲ୍ସରେ ଦେଖିଥିବେ। ଏହି ଫିଲ୍ମ ରିଲିଜ୍ ପରେ କଶ୍ମୀରରେ ହିନ୍ଦୁମାନଙ୍କୁ ଜୀବନ ବିତାଇବା ସହଜ ହେବ ବୋଲି ଆଶା କରାଯାଉଥିବା ବେଳେ ଏବେ ଏହାର ଠିକ ଓଲଟା ଘଟୁଛି। ହିନ୍ଦୁମାନଙ୍କ ଉପ‌ରେ ଆକ୍ରମଣ ବଢ଼ୁଥିବା ସହ ଏବେ ପୁଣି ଥରେ ଘର ଛାଡ଼ିବାକୁ ବାଧ୍ୟ ହେଲେଣି କଶ୍ମୀର ପଣ୍ଡିତ।

ସମ୍ବନ୍ଧିତ ଖବର