ମୁମ୍ବାଇ: ‘କିଉଁକି ଶାଶ୍‌ ଭି କଭି ବହୂ ଥି’ ଫେମ୍‌ ଅଶ୍ଲେଷା ସାୱନ୍ତ ବୃତ୍ତିଗତ ଜୀବନ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନରେ ବେଶି ଚର୍ଚ୍ଚିତ। ତାଙ୍କ ପ୍ରେମ ଜୀବନ କେଉଁ ସ୍ବପ୍ନଠାରୁ କମ୍‌ ନୁହେଁ। ଅଭିନେତ୍ରୀ ନିଜ ପାର୍ଟନର୍‌ ଏବଂ ଟିଭି କଳାକାର ସନ୍ଦୀପ ବସୱାନାଙ୍କ ସହ ଗତ କିଛି ବର୍ଷ ହେବ ପ୍ରେମ ସଂପର୍କରେ ଅଛନ୍ତି।

Advertisment

ବହୁତ କମ୍‌ ଲୋକ ଏକଥା ଜାଣନ୍ତି ଯେ ଅଶ୍ଲେଷା ସାୱନ୍ତ ଓ ସନ୍ଦୀପ ବସୱାନା ଦୀର୍ଘ ୨୦ ବର୍ଷ ହେଲା ପ୍ରେମ ସଂପର୍କରେ ଅଛନ୍ତି। ହେଲେ ସେମାନେ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ସେ ଦୁହେଁ ନିଜ ସଂପର୍କକୁ ନେଇ କେବେ ବି ଖୋଲି କରି କହିବାକୁ ଦ୍ବିଧା କରନ୍ତି ନାହିଁ। ସର୍ବଦା ନିଜ ପ୍ରେମ ସଂପର୍କ ବିଷୟରେ ଖୁଲମଖୁଲା କଥା ହୋଇଛନ୍ତି।

ଏହି ପ୍ରେମୀଯୁଗଳ ଅନେକ ଥର ସାକ୍ଷାତ୍‌କାର‌ରେ ଏକଥା କହିଛନ୍ତି ଯେ ଯଦିଓ ସେମାନେ ସାତ୍ ଫେରେ ନେଇନାହାନ୍ତି, ମାତ୍ର ସେମାନଙ୍କ ସଂପର୍କ କୌଣସି ପତି-ପତ୍ନୀଙ୍କଠାରୁ କମ୍‌ ନୁହେଁ।

ତେବେ ସନ୍ଦୀପ କ’ଣ ପାଇଁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କ ସହ ବିବାହ କରୁନାହାନ୍ତି ତାହାର କାରଣ ଏକ ପୁରୁଣା ସାକ୍ଷାତ୍‌କାରରେ କହିଛନ୍ତି। ସେମାନେ ବିବାହ କରିନାହାନ୍ତି। ମାତ୍ର ପରସ୍ପର ନିଜ ନିଜ ସମ୍ମୁଖରେ ଏହି ଶପଥ ନେଇଛନ୍ତି ଯେ ଯେବେ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ଭଲପାଇବା ରହିବ, ସେ ଦୁହେଁ ସାଥୀ ହୋଇ ରହିବେ।

ଯେବେ ଭଲପାଇବା ସରିଯିବ ସେବେ ବି ଦୁହେଁ ଦୁହିଁଙ୍କ ଜୀବନରେ କିଛି କ୍ଷତି ପହଞ୍ଚାଇବେ ନାହିଁ ବୋଲି କଥା ଦିଆନିଆ ହୋଇଛନ୍ତି। ତେବେ ସେ ଦୁହେଁ ଦୁହିଁଙ୍କୁ ଖୁବ୍‌ ଭଲପାଉଥିଲେ ବି ବିବାହ ବିଷୟରେ ଏପର୍ଯ୍ୟନ୍ତ କିଛି ଭାବି ନଥିବା କହିଛନ୍ତି।

ଏହି ପ୍ରେମୀଯୁଗଳ ପରସ୍ପରଙ୍କୁ ପ୍ରଥମେ ‘କମଲ’ ଧାରାବାହିକରୁ ଚିହ୍ନିଥିଲେ। ଏହାପରେ ଦୁହେଁ ‘କିଉଁକି ଶାଶ୍‌ ଭି କଭି ବହୂ ଥି’ ରେ ସାଥୀ ହୋଇ କାମ କରିଥିଲେ।