ମୁମ୍ବାଇ: ଧାରାବାହିକ ‘ଅନୁପମା’ ବର୍ତ୍ତମାନ ଟିଆରପି ରେସରେ ୧ନଂରେ ରହିଛି। ଏଥିସହିତ ଧାରାବାହିକର ଚରିତ୍ରମାନେ ମଧ୍ୟ ଦର୍ଶକଙ୍କ ଉପରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ଧାରାବାହିକ ଆରମ୍ଭ ହେବା ପୂର୍ବରୁ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିବ କି ନାହିଁ ବୋଲି ନିର୍ମାତା ଚିନ୍ତାରେ ପଡ଼ିଥିବା ବେଳେ ଧାରାବାହିକ ଆରମ୍ଭ ହେଉ ହେଉ ଏହା ଅନ୍ୟ ସବୁ ସୋ’କୁ ପଛରେ ପକାଇଥିଲା। କିଛି ମାସ ହେଲାଣି ଟିଆରପି ରେସରେ ୧ନଂରେ ଥିବା ‘ଅନୁପମା’ରେ ସମସ୍ତେ ମୁଖ୍ୟ ଚରିତ୍ର ଅନୁପମା ଓରଫ ରୂପାଲି ଗାଙ୍ଗୁଲିଙ୍କ ସହ ତାଙ୍କ ଦ୍ବିତୀୟ ସ୍ବାମୀ ଭାବେ ନଜର ଆସିଥିବା ଗୌରଭ ଖାନ୍ନାଙ୍କୁ ବେଶ୍ ପସନ୍ଦ କରନ୍ତି। ଅନୁଜ ଭୂମିକାରେ ନଜର ଆସିଥିବା ଗୌରବଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁପାରିଛି। ପତ୍ନୀ ଅନୁପମା ପ୍ରତି ଅନୁଜଙ୍କ ମନର ଭଲପାଇବା ସୋ’ର ଚାହିଦା ବଢ଼ାଇଛି।
ତେବେ ଆପଣ ଜାଣନ୍ତି କି ଧାରାବାହିକରେ ପତ୍ନୀଙ୍କ ଦିୱାନା ସାଜିଥିବା ଗୌରବ ଖାନ୍ନା ବାସ୍ତବ ଜୀବନରେ ବି ତାଙ୍କ ପତ୍ନୀଙ୍କୁ ବେଶ୍ ଅଧିକ ପ୍ରେମ କରନ୍ତି। ଗୌରବ ଖାନ୍ନାଙ୍କ ପତ୍ନୀଙ୍କ ନାମ ଆକାଙ୍କକ୍ଷା। ସେ ତାଙ୍କ ପତ୍ନୀଙ୍କ ସହ ସମୟ ବିତାଇବାର କୌଣସି ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅଭିନେତା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏକ ଭିଡିଓ ସେୟାର୍ କରିଛନ୍ତି। ଭିଡିଓରେ ସେ ତାଙ୍କ ପତ୍ନୀଙ୍କ ସହ ହିମାଳୟରେ ବୁଲିଥିବାର ଦେଖିବାକୁ ମିଳିଛି। ସେ ନଦୀ, ପାହାଡ଼, ଆକାଶ ଆଦିର ସୁନ୍ଦର ଦୃଶ୍ୟକୁ ସବୁ ତାଙ୍କ କ୍ୟାମେରାରେ କଏଦ କରି ପୋଷ୍ଟ୍ କରିଛନ୍ତି। ସେ ପାହାଡ଼ିଆ ଅଞ୍ଚରେ ନିଜ ପତ୍ନୀଙ୍କ ସହ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଉଛନ୍ତି।