ସମର୍‌-ଡିମ୍ପିଙ୍କ ବିବାହରେ ପୁଣି ଥରେ ‘ସାତ୍‌-ଫେରେ’ ନେଇ ହନିମୁନ ପାଇଁ ଆମେରିକା ଯିବେ ଅନୁଜ-ଅନୁପମା !

ମୁମ୍ବାଇ: ଏହି ଖବରଟି ଲୋକପ୍ରିୟ ଟିଭି ଧାରାବାହିକ ‘ଅନୁପମା’ର ଦର୍ଶକଙ୍କ ପାଇଁ। ଧାରାବାହିକ‌ରେ ଅନୁଜ  ଏବଂ ଅନୁପମାଙ୍କ ମଧ୍ୟରେ ଦୀର୍ଘ ଦୂରତା ଦର୍ଶକଙ୍କୁ ପସନ୍ଦ ଆସୁନାହିଁ ଏବଂ ଦୁହେଁ କେବେ ଏକାଠି ହେବେ ତାହା ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଧାରାବାହିକର ଶେଷ ଏପିସୋଡରେ ଆମେ ଦେଖିଲୁ ଯେ ଅନୁପମାଙ୍କ ଆଗରେ ଅନୁଜ ତାଙ୍କର ସମସ୍ତ ବିବଶତାକୁ ପ୍ରକାଶ କରୁଛନ୍ତି ଏବଂ ତା’ପରେ ଅନୁପମା ଭାଗ୍ୟ ହାତରେ ସବୁ ଛାଡ଼ି ଦେଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବାର ନିଷ୍ପତ୍ତି ନେଉଛନ୍ତି। ତେବେ ବାସ୍ତବରେ କ’ଣ ଏହି ପ୍ରେମପକ୍ଷୀ ଅଲଗା ହୋଇଯିବେ? ଏହି ପ୍ରଶ୍ନ ଦର୍ଶକଙ୍କୁ ଖୁବ୍ ଦ୍ବନ୍ଦ୍ବରେ ପକାଉଛି। ହେଲେ ସୂଚନା ରହିଛି ଯେ ‘ଅନୁପମା’ର ଆଗାମୀ ଏପିସୋଡରେ କାହାଣୀ ନୂଆ ମୋଡ଼ ନେବ।

ଆଗାମୀ ଏପିସୋଡ୍‌ରେ ଅନୁପମା ଜାଣିବାକୁ ପାଇବେ ଯେ ମାୟା ନିଜ ଦେହ ଖରାପର ମିଛ ବାହାନା କରି ଅନୁଜଙ୍କୁ ବୋକା ବନାଉଛନ୍ତି। ଏ ସମସ୍ତ ଷଡ଼ଯନ୍ତ୍ରରେ ବର୍ଖା, ମାୟା ଓ ବନରାଜ ସାମିଲ୍‌ ଅଛନ୍ତି। ସବୁ ଜାଣିବା ପରେ ଅନୁପମା ସମର ଓ ଡିମ୍ପିଙ୍କ ବିବାହରେ ପୁଣି ଥରେ ଅନୁଜଙ୍କ ହାତ ଧରି ‘ସାତ୍‌ ଫେରେ’ ନେବେ ଓ ଦୁହେଁ ସାଙ୍ଗ ହୋଇ ଆମେରିକା ଯିବେ। ତେବେ ସମର ଓ ଡିମ୍ପିଙ୍କ ବିବାହ ଉତ୍ସବରେ ଅନୁପମାଙ୍କ ଗୁରୁ ମାଳତୀ ଦେବୀଙ୍କୁ ବି ଦେଖିବାକୁ ମିଳିବ, ଯିଏକି ପରବର୍ତ୍ତୀ ମୁହୂର୍ତ୍ତରେ ଅନୁଜଙ୍କ ମାଆ ବୋଲି ଜାଣିବାକୁ ମିଳିବ। ଅନୁଜ ଓ ଅନୁପମାଙ୍କ ମଧ୍ୟରେ ଦୂରତା ଦେଖି ଯେଉଁ ଦର୍ଶକ ବ୍ୟତିବ୍ୟସ୍ତ ହୋଇ ପଡ଼ିଥି‌ବେ ସେମାନଙ୍କ ପାଇଁ ଏହି ସୂଚନା ଖୁବ୍‌ ଦରକାରୀ। ତେବେ ଧାରାବାହିକ ଆଗକୁ ଏପରି ମୋଡ଼ ନେଇପାରେ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର