ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଅନୁପମା’ ଆରମ୍ଭ ହେବା ଦିନଠାରୁ ଟିଆର୍‌ପି ଦୌଡ଼ରେ ଆଗରେ ରହିଆସିଛି। ତେବେ ଏହି କିଛି ମାସ ମଧ୍ୟରେ ଦର୍ଶକ ଟିକେ ବୋର୍‌ ହୋଇ ଯାଇଥିବା ବେଳେ ଏବେ ‘ଅନୁପମା’ରେ ଆଗକୁ ଟ୍ବିଷ୍ଟ୍‌ ଦେଖିବାକୁ ମିଳିବ। ଆପଣ ଦେଖିଥିବେ ନିଶ୍ଚୟ ଯେ ଧାରାବାହିକରେ ବିଖ୍ୟାତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଭାବେ ମାଳତୀ ଦେବୀଙ୍କର ପ୍ରବେଶ ହୋଇ ସାରିଛି। ତେବେ ମଜାଦାର୍‌ କଥା ହେଉଛି ଏହି ମାଳତୀ ଦେବୀ ପରବର୍ତ୍ତୀ ସମୟରେ ଅନୁପମାଙ୍କ ସ୍ବାମୀ ଅନୁଜ କପାଡ଼ିଆଙ୍କ ମ‌ାଆ ବୋଲି ଜଣାପଡ଼ିବ। ଅର୍ଥତ ଅନୁପମ‌ା ଆମେରିକା ଯାଇ ନିଜ ଶାଶୂଙ୍କ ସହ ରହିବାର ଅନେକ ଦିନ ପରେ ଏହି ସତକୁ ଜାଣିବାକୁ ପାଇବେ।

Advertisment

ଅନୁଜ କପାଡ଼ିଆ ମାଳତୀ ଦେବୀଙ୍କ ଅନୈତିକ ସନ୍ତାନ ବୋଲି ଜଣାପଡ଼ିବା ପରେ ଅନୁଜ ନିଜ ମାଆଙ୍କୁ କିପରି ସାମ୍ନା କରିବେ ତାହା ଦେଖିବା ବାକି ରହିଲା। ଧାରାବାହିକରେ ଆହୁରି ଅନେକ କିଛି ଘଟିବ। ଅନୁପମା ଆମେରିକା ଯିବା ପରେ ସମର୍‌ ଓ ଡିମ୍ପି ତୁରନ୍ତ ବିବାହ କରିବେ। ଏପଟେ ଆମେରିକା ଯାଇ ସୁପର୍‌ଷ୍ଟାର୍‌ ବନିଯିବେ ଅନୁପମା। ତେବେ ଛୋଟୁ ପାଇଁ ମାଆ ଓ ଅନୁଜ ଏକତ୍ର ହୋଇପାରନ୍ତି ବୋଲି ବି ଅନୁମାନ କରାଯାଉଛି।

କେବଳ ସେତିକି ନୁହେଁ, ଅନୁପମା ଦେଶ ଛାଡ଼ିବା ପରେ ଶାହା ପରିବାର ଏକଦମ ଭାଙ୍ଗି ଯିବ। କାହା ସହ କାହାରି ଭଲ ସଂପର୍କ ରହିବ ନାହିଁ। ଏପଟେ ଶାହା ପରିବାର ଉପରେ ଦୁଃଖ ପାହାଡ଼ ଭାଙ୍ଗି ପଡ଼ିବା ବେଳେ ଅନୁପମା କିନ୍ତୁ ନିଜ କ୍ୟାରିୟର୍‌କୁ ନେଇ ଆଗକୁ ବଢ଼ି ଚାଲିବେ। ଆଗାମୀ ଦିନରେ ଏହି ସବୁ ଟ୍ବିଷ୍ଟ୍‌ ଧାରାବାହିକରେ ଦେଖିବାକୁ ମିଳିବ।