ଗୋଟିଏ ଅଧ୍ୟାୟ ପାଇଁ ଏତେ ଟଙ୍କା ନେଉଛନ୍ତି ଅନୁପମାର ମୁଖ୍ୟ ଅଭିନେତ୍ରୀ ରୂପାଲି

ମୁମ୍ବାଇ: ଧାରାବାହିକ ଅନୁପମା ବର୍ତ୍ତମାନ ଟିଆରପି ରେସରେ ୧ନଂରେ ରହିଛି। ଏଥିସହିତ ଧାରାବାହିକର ଚରିତ୍ରମାନେ ମଧ୍ୟ ଦର୍ଶକଙ୍କ ଉପରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ଧାରାବାହିକ ଆରମ୍ଭ ହେବା ପୂର୍ବରୁ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିବ କି ନାହିଁ ବୋଲି ନିର୍ମାତା ଚିନ୍ତାରେ ପଡ଼ିଥିବା ବେଳେ ଧାରାବାହିକ ଆରମ୍ଭ ହେଉ ହେଉ ଏହା ଅନ୍ୟ ସବୁ ସୋ’କୁ ପଛରେ ପକାଇଥିଲା। କିଛି ମାସ ହେଲାଣି ଟିଆରପି ରେସରେ ୧ନଂରେ ଥିବା ଅନୁପମାରେ ସମସ୍ତେ ମୁଖ୍ୟ ଚରିତ୍ର ଅନୁପମା ଓରଫ ରୂପାଲି ଗାଙ୍ଗୁଲିଙ୍କୁ ଅଧିକ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି କି ଏହି ଧାରାବାହିକର ପ୍ରତି ଅଧ୍ୟାୟ ପାଇଁ ଅଭିନେତ୍ରୀ କେତେ ପାରିଶ୍ରମିକ ନିଅନ୍ତି?

ଜାତୀୟ ଗଣମାଧ୍ୟମ ବଲିଉଡ ଲାଇଫ ଅନୁଯାୟୀ ରୂପାଲି ଗାଙ୍ଗୁଲି ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହୋଇସାରିଛନ୍ତି। ଖବର ଅନୁଯାୟୀ, ଏହି ଧାରାବାହିକରେ କାମ କରିବା ପାଇଁ ଅଭିନେତ୍ରୀ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି। କୁହାଯାଉଛି ଯେ, ରୂପାଲି ଗାଙ୍ଗୁଲି ଅନୁପମା ଧାରାବାହିକର ଗୋଟିଏ ଅଧ୍ୟାୟ ପାଇଁ ୩ଲକ୍ଷ ଟଙ୍କା ନିଅନ୍ତି। ଧାରାବାହିକ ଆରମ୍ଭରୁ ରୂପାଲି ଗାଙ୍ଗୁଲି ପ୍ରତି ଅଧ୍ୟାୟ ପାଇଁ ଦିନକୁ ୧.୫ ଲକ୍ଷ ଟଙ୍କା ନେଉଥିଲେ। ହେଲେ ସୋ’ର ଟିଆରପି ବଢ଼ିବା ପରେ ଏବେ ରୂପାଲି ନିଜର ପାରିଶ୍ରମିକ ବଢ଼ାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର