ମୁମ୍ବାଇ : ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଅନେକ ସମୟରେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଆଲୋଚନା କରୁଥିବାର ଦେଖାଯାଏ । ଏ ନେଇ ତାଙ୍କୁ ପୂର୍ବରୁ ହତ୍ୟା ଧମକ ମଧ୍ୟ ମିଳିଛି । କିନ୍ତୁ ଏବେ ତାଙ୍କ ମାତା-ପିତାଙ୍କୁ ହତ୍ୟା ଧମକ ମିଳିବା ସହ ଝିଅକୁ ଦୁଷ୍କର୍ମର ଧମକ ମିଳିବା ପରେ ସେ ଟୁଇଟ୍‌ର ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି । ଅନୁରାଗଙ୍କ ପାଖକୁ ଆସିଥିବା ଧମକପୂର୍ଣ୍ଣ ମେସେଜର ସ୍କ୍ରିନ୍‌ସଟ୍‌ ନେଇ ଟୁଇଟ୍‌ରରେ ସେୟାର କରିବା ସହ ସେ ଟୁଇଟ୍‌ର ଛାଡ଼ୁଥିବା ନେଇ ଘୋଷଣା କରିଛନ୍ତି ।

Advertisment

आर्टिकल 370 को लेकर किया था ट्वीट oneindia.com

ସେ କରିଥିବା ଟୁଇଟ୍‌ରେ, ଆପଣଙ୍କ ମାତା-ପିତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିବା, ଝିଅକୁ ଅନ୍‌ଲାଇନ୍‌ ଦୁଷ୍କର୍ମର ଧମକ ମିଳିବା, ଏ ଭଳି ହେଉ ବୋଲି କିଏ ଚାହିଁବ । ଠକ ଏହି ଦେଶକୁ ଠକିବେ ଓ ଶାସନ କରିବେ । ଆପଣ ସମସ୍ତଙ୍କୁ ଏଇ ନୂଆ ଭାରତ ପାଇଁ ଶୁୁଭକାମନା । ଆଶା କରୁଛି ଆପଣ ସମସ୍ତେ ଆଗକୁ ବଢ଼ିବେ । ଏହା ମୋର ଶେଷ ଟୁଇଟ୍‌, କାରଣ ମୁଁ ଟୁଇଟ୍‌ର ଛାଡ଼ିବାକୁ ଯାଉଛି । ଯଦି ମୋ ପାଖରେ କୌଣସି ବିଷୟରେ କହିବାର ସ୍ୱାଧୀନତା ନାହିଁ, ତେବେ ମୁଁ ଚୁପ୍‌ ରହିବା ପସନ୍ଦ କରିବି ବୋଲି ଲେଖିଥିଲେ ଅନୁରାଗ ।