ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆଲିଆଙ୍କ ତାଙ୍କ ବିଦେଶୀ ପ୍ରେମିକ ସଚିନଙ୍କ ସହ ଗତ ଅଗଷ୍ଟ ୩ରେ ନିର୍ବନ୍ଧ ସରିଛି ।

Advertisment

ତେବେ ଆଲିଆଙ୍କ ବିବାହ ତାରିଖ ଘୋଷଣା ହୋଇ ନଥିବା ବେଳେ ପ୍ରସ୍ତୁତି କିନ୍ତୁ ଜୋରସୋରରେ ଆରମ୍ଭ ହୋଇଯାଇଥିବା ବି‌‌‌‌‌ଶେଷ ସୂତ୍ରରୁ ଜଣାପଡ଼ିଛି। ଆଲିଆଙ୍କ ବିବାହ ପାଇଁ କଶ୍ୟପ ପରିବାର ଖୁବ ଉତ୍ସାହିତ ଅଛନ୍ତି। ବିବାହକୁ କେମିତି ଅଧିକରୁ ଅଧିକ ଆକର୍ଷଣୀୟ କରି ହେବ ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା ବି ଚାଲିଛି।

ଝିଅ ବିବାହକୁ ନେଇ ଅନୁରାଗ ଏକ ସାକ୍ଷାତକାରରେ କହିଛନ୍ତି, ‘ଆଲିଆଙ୍କ ବିବାହ ମୋର ଏକ ବଡ଼ ସ୍ବପ୍ନ । ତେଣୁ ଝିଅ ବିବାହରେ ଯେମିତି କୌଣସି ଅସୁବିଧା ନ‌ହେଉ କିଛି କମ ରହି ନଯାଉ ସେଥିପାଇଁ ଯ‌ଥେଷ୍ଟ ଧ୍ୟାନ ଦଉଛି।

ଏଯାବତ ଝିଅ ବିବାହ ପାଇଁ ହୋଇଥିବା ଖର୍ଚ୍ଚକୁ ଆକଳନ କଲେ ମୁଁ କହିବି ଏହାର ମୋର କମ୍ ବଜେଟ ସିନେମା ବଜେଟ ସହିତ ସମାନ ରହିଛି। ମୁଁ ବାପା ହେବାର ସମସ୍ତ କର୍ତ୍ତବ୍ୟ ପାଳନ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଛି। ଝିଅର ବାପା ହେବା ଅପେକ୍ଷା ମୁଁ ସବୁବେଳେ ତାର ଜଣେ ଭଲ ସାଙ୍ଗ ହୋଇ ଚଳିବାକୁ ପସନ୍ଦ କରେ। ଆଉ ଆଲିଆ ବି ମୋ‌ତେ ତାର ସାଙ୍ଗ ଭଳି ହିଁ ବ୍ୟବହାର କରିଥାଏ। ସେ ତାର ନୂଆ ଜୀବନରେ ଖୁସିରେ ରହୁ।  ତା’ ଉପରେ ମୋର ଆର୍ଶୀବାଦ ସର୍ବଦା ରହିଛି।’