ଧାରା ୩୭୦ ଉଚ୍ଛେଦକୁ ନେଇ ଖୁସି ନାହାନ୍ତି ଅନୁରାଗ କଶ୍ୟପ, ଟୁଇଟ କରିବା ପରେ ଟ୍ରୋଲ ହେଲେ

ମୁମ୍ବାଇ: ଜମ୍ମୁ-କଶ୍ମୀରକୁ ଭାରତଠାରୁ ଅଲଗା କରି ରଖିଥିବା ସମ୍ବିଧାନର ଧାରା ୩୭୦କୁ ଶେଷରେ ଉଚ୍ଛେଦ କରାଯାଇଛି। ତେବେ ଏହି ପ୍ରସଙ୍ଗକୁ ନେଇ ବଲିଉଡ ଦୁଇଭାଗରେ ବାଣ୍ଟି ହୋଇଯାଇଛି। କିଛି ସେଲିବ୍ରିଟି ଘାଟିରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରୁଥିବା ବେଳେ କେହି କେହି ଏହାକୁ ବିରୋଧ କରୁଛନ୍ତି। ତେବେ ଏହାକୁ ବିରୋଧ କରୁଥିବା ଷ୍ଟାରଙ୍କ ମଧ୍ୟରେ ସିନେ-ନିର୍ମାତା ଅନୁରାଗ କଶ୍ୟପଙ୍କ ନାମ ସାମ୍ନାକୁ ଆସିଛି।

କାହାରି ନାମ ନ ନେଇ ଅନୁରାଗ କଶ୍ୟପ ୩୭୦ ଧାରା ଉଚ୍ଛେଦକୁ ଭୁଲ କହିବା ସହିତ ଟୁଇଟରରେ ଲେଖିଛନ୍ତି, ଆପଣମାନେ ଜାଣନ୍ତି ସବୁଠାରୁ ଭୟଭୀତ କଲା ଭଳି କଥା କ’ଣ ? ଜଣେ ବ୍ୟକ୍ତିଙ୍କୁ ଲାଗୁଛି କି ସେ ଏହାକୁ ଠିକ୍‌ ଭାବେ ଜାଣିଛନ୍ତି କି ୧,୨୦୦,୦୦୦,୦୦୦କୋଟି ଲୋକଙ୍କ ପାଇଁ କ’ଣ ଠିକ୍‌ ହୋଇପାରିବ ଏବଂ ଏହାକୁ ହାସଲ କରିବାକୁ ତାଙ୍କ ପାଖରେ କ୍ଷମତା ବି ଅଛି।

ଆଉ ଏକ ଟୁଇଟରେ ସେ କହିଛନ୍ତି, ଧାରା ୩୭୦, ୩୫ଏ ବିଷୟରେ ବେଶୀ କିଛି କହି ପାରିବି ନାହିଁ। ଏହାର implication, history ଓ facts ମୁଁ ଏଯାବତ ବୁଝି ନାହିଁ। ନା ମୁଁ କଶ୍ମୀର ମୁସଲମାନ, ନା କଶ୍ମୀର ପଣ୍ଡିତ। ମୋର କଶ୍ମୀରୀ ସାଙ୍ଗମାନେ କହନ୍ତି କି କଶ୍ମୀରର କାହାଣୀ Roshomon ଭଳି ଅଟେ। କିନ୍ତୁ ଯାହା ହେଲା କିଛି ଠିକ୍‌ ହେଲା ନାହିଁ।

ଅନୁରାଗ କଶ୍ୟପଙ୍କ ଏଭଳି ଟୁଇଟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର