ଅନୁରାଗଙ୍କ ଝିଅ ଆଲିଆଙ୍କୁ ମିଳିଲା ହତ୍ୟା ଧମକ

ବି’ ଟାଉନ୍‌ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ କଶ୍ୟପଙ୍କୁ ହତ୍ୟା ଧମକ ମିଳିଛି। ସାମାଜିକ ଗଣମାଧ୍ୟମରେ ଆଲିଆ ବିକିନି ପିନ୍ଧା ଫଟୋ ସେୟାର କରିବା ପରେ ୟୁଜର୍ସମାନେ ତାଙ୍କୁ ଉପହାସ କରିଥିଲେ। ଏପରିକି ଭାରତୀୟ ସଂସ୍କୃତିରେ ନାରୀ ନିଜ ବେଶଭୂଷାରେ ସଂଯତ ହେବା ଆବଶ୍ୟକ ବୋଲି ଆଲିଆଙ୍କୁ କମେଣ୍ଟ୍ ମିଳିଥିଲା। ଏପରିକି ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ଆଲିଆଙ୍କୁ ବିରୋଧ କରିବା ସହ ଅଙ୍ଗ ପ୍ରଦର୍ଶନ କରୁଥିବା ଏଭଳି ନାରୀକୁ ହତ୍ୟା କରିଦେବା କଥା ବୋଲି କହିଥିଲେ। କିଛିଦିନ ପାଇଁ ଆଲିଆଙ୍କୁ ନେଇ ସାମାଜିକ ଗଣମାଧ୍ୟମ ବେଶ୍ ସରଗରମ ରହିଥିଲା।

ସମ୍ବନ୍ଧିତ ଖବର