ଅନୁ‌ଷ୍କା ଓ ସାକ୍ଷୀ ‌ଗୋଟିଏ ଶ୍ରେଣୀରେ ପଢ଼ୁଥିଲେ

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସାକ୍ଷୀ ଧୋନି ଉଭୟ ଭାରତୀୟ କ୍ରିକେଟ ଦଳର ଦୁଇ ଅଧିନାୟକଙ୍କ ଧର୍ମପତ୍ନୀ। ଅନୁଷ୍କା, ବିରାଟଙ୍କୁ ଓ ସାକ୍ଷୀ ମହେନ୍ଦ୍ର ସିଂହ ଧୋନିଙ୍କୁ ବିବାହ କରିଛନ୍ତି। ଯଦି ଆପଣ ଭାବୁଛନ୍ତି ଉଭୟଙ୍କ ମଧ୍ୟରେ ଏହି ଗୋଟିଏ ସାମଞ୍ଜସ୍ୟ ରହିଛି, ତେବେ ଆପଣ ନିହାତି ଭାବେ ଭୁଲ କରୁଛନ୍ତି। ଅନୁଷ୍କା ଓ ସାକ୍ଷୀ ଏକ ସମୟରେ କ୍ଲାସ୍‌ମେଟ୍ ଥିଲେ। ଅର୍ଥାତ ଗୋଟିଏ ସ୍କୁଲରେ ଗୋଟିଏ କ୍ଲାସ୍‌ରେ ପାଠ ପଢ଼ୁଥିଲେ। ଅନୁଷ୍କା ଏହି କଥା ନିଜେ କହିଛନ୍ତି। ଉଭୟ ଆସାମର ଏକ ଛୋଟ ସହରରେ ରହୁଥିଲେ ଓ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ସ୍କୁଲ ସମୟର ଏକ ଫଟୋ ମଧ୍ୟ ଅନୁଷ୍କା ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଯେଉଁଥିରେ ସାକ୍ଷୀଙ୍କୁ ପରୀ ବେଶରେ ଓ ଅନୁଷ୍କାଙ୍କୁ ମାଧୁରୀ ଦୀକ୍ଷିତଙ୍କ ଭଳି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର