ଆସନ୍ତା ଜାନୁଆରି ଆଡ଼କୁ ବିରୁଷ୍କା ଦୁଇରୁ ତିନି ହେବାକୁ ଯାଉଥିବା ଖବର ଶୁଣି ବଲିଉଡ୍, କ୍ରିକେଟ୍ ଦୁନିଆ ଓ ପ୍ରଶଂସକମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏବେ ବିରୁଷ୍କା ପିତାମାତା ହେବାର ଖୁସିକୁ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏନେଇ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ବିରୁଷ୍କା ଦୁବାଇରେ ନିଜ କ୍ରିକେଟ୍ ଟିମ୍ ସହ କେକ୍ କାଟିବା ସହ ପାର୍ଟି କରୁଥିବା ନଜର ଆସୁଛନ୍ତି। ବିରୁଷ୍କା ଦୁବାଇ ପହଞ୍ଚିବା ପରେ ୭ଦିନ ସଙ୍ଗରୋଧରେ ରହିଥିଲେ। ଏବେ କ୍ରିକେଟ ଟିମ୍ର ତାଲିମ୍ ପୂର୍ବରୁ ଏହି ଛୋଟ ସେଲିବ୍ରେସନ୍ ଜରିଆରେ ନିଜ ଖୁସି ଜାହିର କରିଛନ୍ତି ବିରୁଷ୍କା ଓ କ୍ରିକେଟ ଟିମ୍।
ମା’ ହେବା ଖୁସିକୁ ଉପଭୋଗ କରୁଛନ୍ତି ଅନୁଷ୍କା
/sambad/media/post_attachments/wp-content/uploads/2020/08/Anushka-Sharma-and-Virat-Kohli-Celebrate-Her-Pregnancy-With-His.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)