ବିରାଟ-ଅନୁଷ୍କା ଝିଅର ନାମ ରଖିଲେ ‘ଭମିକା’, ଜାଣନ୍ତୁ ଏହାର ଅର୍ଥ କ’ଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ନିକଟରେ ଏକ କନ୍ୟା ସନ୍ତାନ ମାତାପିତା ବନିଛନ୍ତି । ବିରୁଷ୍କା ଏବେ ନିଜ ଝିଅ ସହିତ ସମୟ ବିତାଇବାରେ ବ୍ୟସ୍ତ ଅଛନ୍ତି। ଅନୁଷ୍କା ଫେବ୍ରୁଆରି ୧ରେ ଝିଅର ନାମ ନିଜର ଫ୍ୟାନ୍ସମାନଙ୍କ ସହିତ ସେୟାର କରିଛନ୍ତି। କେବଳ ଏତିକି ନୁହେଁ,  ଅନୁଷ୍କା ନିଜ ଝିଅକୁ ଧରିଥିବାର ଫଟୋକୁ ବି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍‌ ଖୁସି ନଜର ଆସୁଛନ୍ତି। ବିରୁଷ୍କା ନିଜ ଝିଅର ନାମ ଭମିକା ରଖିଛନ୍ତି। ଭମିକାର ଅର୍ଥ ଦେବୀ ଦୁର୍ଗା। ଏହା ଦେବୀ ଦୁର୍ଗାଙ୍କ ଏକ ବିଶେଷଣ।

विराट और अनुष्का

ଭମିକା ସହିତ ବିରାଟ ଓ ଅନୁଷ୍କା ଫଟୋ ସେୟାର କରିବାର ମାତ୍ର ୫ ମିନିଟରେ ଲକ୍ଷେରୁ ଅଧିକ ଲାଇକ୍‌ ମିଳିଛି। ପ୍ରଶଂସକ ବିରାଟ ଅନୁଷ୍କାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ। ଜାନୁଆରି ୧୧ ତାରିଖରେ ଅନୁଷ୍କା  ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବିରାଟ ନିଜେ ସୋସିଆଲ ମିଡ଼ିଆରେ ଖୁସି ଖବର ଜଣାଇଥିଲେ। ବିରାଟ ଲେଖିଥିଲେ, “ଆଜି ଅପରାହ୍ନରେ ଆମର ଝିଅ ହେଇଛି, ଏ ଖୁସି ଖବର ସେୟାର କରି ଆମକୁ ବହୁତ ଖୁସି ଲାଗୁଛି। ଆପଣମାନଙ୍କ ସ୍ନେହ ଓ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି।”

ସମ୍ବନ୍ଧିତ ଖବର