ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି | ତେବେ ଏହି ଦମ୍ପତି ଦୀର୍ଘ ଦିନ ହେଲାଣି ସେମାନଙ୍କର ଦ୍ୱିତୀୟ ସନ୍ତାନ ପାଇଁ ଚର୍ଚ୍ଚାରେ ରହିଛନ୍ତି | କିଛି ମାସ ହେଲାଣି ଚର୍ଚ୍ଚା ହେଉଛି ଯେ, ଅନୁଷ୍କା ଦ୍ଵିତୀୟ ଥର ମା ହେବେ | ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏବେ ସୂଚନା ମିଳୁଛି ଯେ, ଅନୁଷ୍କା ଗର୍ଭବତୀ ଅଛନ୍ତି ଏବଂ ଲଣ୍ଡନରେ ତାଙ୍କର ପ୍ରସବ ହେବ |
A new baby is to be born in the next few days! Hope the baby takes India to great heights like the greatest cricketing father. Or will it follow the mother and be a film star? #MadeInIndia #ToBeBornInLondon
— Harsh Goenka (@hvgoenka) February 13, 2024
ବ୍ୟବସାୟୀ ହର୍ଷ ଗୋଏଙ୍କା ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ ଏକ ପୋଷ୍ଟ ସେୟାର କରି ହେଉଥିବା ଚର୍ଚ୍ଚାକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି | ନିକଟରେ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ 'କିଛି ଦିନ ମଧ୍ୟରେ ଏକ ଶିଶୁ ଜନ୍ମ ହେବାକୁ ଯାଉଛି। ଏବେ ଏହା ଦେଖିବା କୌତୁହଳପୂର୍ଣ୍ଣ ହେବ ଯେ ଶିଶୁଟି ତାଙ୍କ ପିତାଙ୍କ ପରି କ୍ରିକେଟର ହେବେ ନା ତାଙ୍କ ମାଙ୍କ ଭଳି ଚଳଚ୍ଚିତ୍ରରେ କ୍ୟାରିୟର କରିବେ | ଏହି ପୋଷ୍ଟରେ ସେ ଶିଶୁଟି ଲଣ୍ଡନରେ ଜନ୍ମ ନେବ ବୋଲି ଲେଖିଛନ୍ତି | କାହାର ନାମ ଲେଖିନଥିଲେ ବି ପୋଷ୍ଟ ଟି ସେ ବିରାଟ ଓ ଅନୁଷ୍କାଙ୍କ ପାଇଁ କରିଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି |