ଅନୁଷ୍କାଙ୍କ ସଫଳତା: ‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇବାରେ ପ୍ରଥମ ବଲିଉଡ୍‌ ନାୟିକା

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ଦୁନିଆର ଜଣେ ଆଗଧାଡ଼ିର ନାୟିକା ଅନୁଷ୍କା ଶର୍ମା। ଚଳଚ୍ଚିତ୍ର ‘ଏନ୍‌ଏଚ୍‌୧୦’, ‘ଫିଲୌରି’, ‘ପରୀ’ ଆଦି ଚଳଚ୍ଚିତ୍ରରେ ଆଶାତୀତ ଅଭିନୟର ଜଲଓ୍ଵା ଦେଖାଇବା ପରେ ଦର୍ଶକଙ୍କ ସାମ୍ନାରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ଅନୁଷ୍କା। ସବୁବେଳେ କିଛି ନୂଆ ଚଳଚ୍ଚିତ୍ର କରିବାକୁ ଅନୁଷ୍କା ପସନ୍ଦ କରିଥାନ୍ତି। ତାଙ୍କ ଅଭିନୟରେ ଚଳଚ୍ଚିତ୍ର ଅନୁସାରେ ଭିନ୍ନତା ସ୍ପଷ୍ଟ ବାରି ହୋଇପଡ଼େ। ସେ ତାଙ୍କର ଚଳଚ୍ଚିତ୍ର ଏବଂ ଅଭିନୟ ପାଇଁ ଦର୍ଶକ ମହଲରେ ଅନେକ ପ୍ରଶଂସା ପାଇ ସାରିଛନ୍ତି। ଏବେ ଆଉ ଏକ ବଡ଼ ସଫଳତା ପ୍ରାପ୍ତ କରିଛନ୍ତି ନବବିବାହିତା ଅନୁଷ୍କା ଶର୍ମା। ସେ ହେଉଛନ୍ତି ଏକମାତ୍ର ବଲିଉଡ୍‌ କଳାକାର ଯିଏକି ‘ଫୋର୍ବସ ଏସିଆ ୩୦’ର ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ସମୁଦାୟ ୨ ହଜାରୁ ଊର୍ଧ୍ୱ କଳାକାର ଭାଗ ନେଇଥିଲେ। ଭାଗ ନେଇଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଥିଲେ ମଡେଲ୍‌ ଭୂମିକା ଆରୋରା, ‘ୟୋଥ୍‌ କି ଆଓ୍ଵଜେ୍‌’ର ନିର୍ମାତା ଅନ୍‌ସୁଲ୍‌ ତିଓ୍ଵାରି ଏବଂ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପି ଭି ସିନ୍ଧୁ।

ଉଲ୍ଲେଖଯୋଗ୍ୟ, ଅନୁଷ୍କାଙ୍କ ଅଭିନୀତ ‘ପରୀ’ ଚଳଚ୍ଚିତ୍ରର କାହାଣୀଧର୍ମିତା ପାଇଁ ଅନେକଙ୍କ ମନକୁ ଛୁଇଁ ପାରିଛି। ଏହି ଚଳଚ୍ଚିତ୍ରର ତାମିଲ୍‌ ରିମେକ କରଯିବ। ବର୍ତ୍ତମାନ ଅନୁଷ୍କା ଏବେ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ସୁଇ ଧାଗା’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବରୁନ ଧାଓ୍ଵନ। ଏହି ଚଳଚ୍ଚିତ୍ରରେ ଚଳିତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର