ଫଟୋ ଉଠାଉଥିବା ବେଳେ ଅନୁଷ୍କାଙ୍କ ପଛପଟୁ ଆସି ଏଭଳି କାମ କଲେ ଏହି ଅଭିନେତା, ଭିଡ଼ିଓରେ କଏଦ୍‌ ହେଲା ପୂରା ଘଟଣା

ମୁମ୍ବାଇ : ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ୍‌ କୋହଲି ଏକ ଭିଡ଼ିଓ ପାଇଁ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ପରିବେଶକୁ ସ୍ୱଚ୍ଛ ଓ ପରିଛନ୍ନ ରଖିବା ପାଇଁ କହିବା ଅନୁଷ୍କାଙ୍କୁ ଭାରୀ ପଡ଼ିଛି । ଏନେଇ ଅନେକ ବାଦ ବିବାଦ ଲାଗି ରହିଥିବା ବେଳେ ଅନୁଷ୍କାଙ୍କର ଏକ ନୂଆ ଭିଡ଼ିଓ ଏବେ ଭାଇରାଲ ହୋଇଛି । ଫିଲ୍ମ ‘ଜିରୋ’ର ନିର୍ଦ୍ଦେଶକ ଆନନ୍ଦ ଏଲ୍‌.ରାୟଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିବା ବେଳେ ଅନୁଷ୍କାଙ୍କ ସହ ଘଟିଥିବା ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପାର୍ଟିରେ ଅନୁଷ୍କା ଫଟୋ ଉଠାଉଥିବା ବେଳେ ତାଙ୍କ ପଛପଟୁ ହଠାତ୍‌ ଜଣେ ଅଭିନେତା ଆସି ହାତ ଉଠାଇ କିଛି ଏଭଳି କାମ କରିଥିଲେ ଯାହାକୁ ଅନୁଷ୍କା ଜାଣି ପାରି ନଥିଲେ । କିନ୍ତୁ ଅଭିନେତାଙ୍କ ସେହି କାମ କ୍ୟାମେରାରେ କଏଦ୍‌ ହୋଇ ଯାଇଥିଲା ।

ଫ୍ରେମ୍‌ ଭିତରକୁ ଆସିଥିବା ଏହି ଅଭିନେତା ଜଣଙ୍କ ଆଉ କେହି ନୁହଁ ବରଂ ଅଭିନେତା ଜାେଓ୍ଵଦ୍‌ ଜାଫ୍‌ରୀ ଥିଲେ । ଅନୁଷ୍କା ଫଟୋ ଉଠାଉଥିବା ବେଳେ ସେ ଏକ ରୁମ୍‌ରୁ ବାହାରି ଅନୁଷ୍କାଙ୍କ ପଛ ପଟୁ ଆସିଥିଲେ । ଅନୁଷ୍କାଙ୍କୁ ଫଟୋ ଉଠାଉଥିବା ଦେଖି ସେ ନିଜ ଦୁଇ ହାତ ଉପରକୁ ଟେକି ଫ୍ରେମ୍‌ ଭିତରକୁ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅନୁଷ୍କା ଏ ବିଷୟରେ ଜମା ବି ଜାଣି ପାରି ନଥିଲେ । ପରେ ଜାଭେଦ୍‌ ସାମ୍ନାକୁ ଆସିବା ପରେ ଅନୁଷ୍କା ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର