ଅନୁଷ୍କା ଶର୍ମା ଏହି କାରଣରୁ ଅଭିନୟ ଛାଡ଼ି ପାରନ୍ତି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ‘ଜିରୋ’ର ରିଲିଜ ପରେ ସିନେମା ପରଦାରୁ ଉଭେଇ ଯାଇଛନ୍ତି। ସେ କୌଣସି ନୂଆ ପ୍ରୋଜେକ୍ଟର ବି ସାଇନ୍‌ କରି ନଥିବା ଖବର ମିଳିଛି। ଏମିତିରେ ଅନୁଷ୍କା ଶର୍ମାଙ୍କ ସିନେମା କ୍ୟାରିୟର ସହିତ ଜଡ଼ିତ ଥିବା ଅନେକ ଗୁଜବ ଉଠିବାରେ ଲାଗିଛି।

ମିଡିଆ ରିପୋର୍ଟ ଅନୁସାରେ କୁହାଯାଉଛି କି, ଅନୁଷ୍କା ବଲିଉଡ୍‌ ଛାଡ଼ିବା ପ୍ଲାନ୍‌ରେ ଅଛନ୍ତି। ଆଉ ଏହା ପଛର କାରଣ ହେଉଛନ୍ତି ସ୍ୱାମୀ ବିରାଟ କୋହଲି। ବିରାଟ କୋହଲି ଚାହୁଁଛନ୍ତି କି ଅନୁଷ୍କା ଅଧିକାରୁ ଅଧିକା ସମୟ ପରିବାର ସହିତ ବିତାନ୍ତୁ। ଏମିତି ବି ଗୁଜବ ଉଠୁଛି କି ଅନୁଷ୍କା ଅନ୍ତସତ୍ତ୍ୱା ଅଛନ୍ତି।

aajtak

ପ୍ରକାଶିତ ଖବର ମୁତାବକ, କିଛିଦିନ ହେବ ଅନୁଷ୍କା ଶର୍ମା ସିନେମା ଇଭେଣ୍ଟ କିମ୍ବା ପାର୍ଟିରେ କମ୍‌ ନଜର ଆସୁଛନ୍ତି। ଅନୁଷ୍କାଙ୍କୁ ଅଧିକାଂଶ ସମୟ କୋହଲିଙ୍କ ସହିତ ହଲିଡେରେ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସ୍ୱାମୀଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ସମ୍ପ୍ରତି ଅନୁଷ୍କାଙ୍କ ପାଖରେ କୌଣସି ସିନେମା ଥିବା ନେଇ ଅଫିସିଆଲ ସୂଚନା ସାମ୍ନାକୁ ଆସି ନାହିଁ।

ସମ୍ବନ୍ଧିତ ଖବର