ମୁମ୍ବାଇ: ବଲିଉଡ଼୍ର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମାଅନୁଷ୍କା ଶର୍ମା ନିଜର ଲୁକ୍ସକୁ ନେଇ ଅନେକ ଥର ପରୀକ୍ଷା ନିରୀକ୍ଷା କରିଛନ୍ତିି। ତାଙ୍କ ଅଭିନୀତ ‘ଏନ୍ ଏଚ୍-୧୦’ ଓ ‘ପରୀ’ଆଦି ସିନେମାରେ ତାଙ୍କର ଲୁକ୍ ଥିଲା ଟିକେ ଅଲଗା,ଯେଉଁଥିପାଇଁ ତାଙ୍କୁ ସହଜରେ ଜାଣି ପାରି ନଥିଲେ ଦର୍ଶକ।
ଏବେ ପୁଣି ଏକ ନୂଆ ଲୁକ୍ରେ ଆସୁଛନ୍ତି ଅନୁଷ୍କା ଶର୍ମା । ସେ ତାଙ୍କର ଆଗାମୀ ସିନେମା ‘ସୁଇ ଧାଗା’ରେ ଦେଖାଦେବେ ଜଣେ ବୃଦ୍ଧା ଲୁକ୍ରେ। ଏବେ ଅନୁଷ୍କାଙ୍କର ବୟସ ମାତ୍ର ୩୦ବର୍ଷ। ହେଲେ ଏହି ସିନେମାରେ ତାଙ୍କୁ ଦର୍ଶକ ଭେଟିବେ ଜଣେ ଆଈ ଭୂମିକାରେ। ଅନୁଷ୍କାଙ୍କର ଏହି ଲୁକ୍ ଏବେ ଚର୍ଚ୍ଚାରେ । ଏଥିରେ ଅନୁଷ୍କାଙ୍କୁ ସହଜରେ ଚିହ୍ନି ହେଉ ନାହିଁ। ‘ସୁଇ ଧାଗା’ରେ ତାଙ୍କୁ ଜଣେ ଗ୍ରାମୀଣ ମହିଳା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାର କଥାବସ୍ତୁ ମେଡ଼୍ଇନ୍ ଇଣ୍ଡିଆ ଥିମ୍ ଉପରେ ଆଧାରିତ। ଏହି ସିନେମାରେ ଭାରତର ଗ୍ରାମୀଣ ମହିଳାମାନଙ୍କର ସଶକ୍ତିକରଣ ପ୍ରସଙ୍ଗ ରହିଛି। ଏହି ଫିଲ୍ମରେ ନାୟକ ଭୂମିକାରେ ଅଛନ୍ତି ବଲିଉଡ଼୍ ଅଭିନେତା ବରୁଣ ଧଓ୍ଵନ୍।
/sambad/media/post_attachments/wp-content/uploads/2018/04/anushka-sharma_1513860532.jpg)
ଏଠାରେ ସୂଚନାଯୋଗ୍ୟ ଯେ ସେ ଆଦିିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରବ୍ନେ ବନାଦି ଯୋଡ଼ି’ଜରିଆରେ ବଲିଉଡ଼୍ରେ ଏଣ୍ଟି ନେଇଥିଲେ। ଏଥିରେ ସେ ଶାହରୁଖ୍ ଖାନ୍ଙ୍କ ଅପୋଜିଟ୍ରେ ନଜର ଆସିଥିଲେ।ପ୍ରଥମ ସିନେମାରେ ଅନୁଷ୍କା ଶର୍ମାଙ୍କର ଦୁଇଟି ଲୁକ୍ସ ସାମ୍ନାକୁ ଆସିଥିଲା।ଏଥିମଧ୍ୟରୁ ଗୋଟିଏ ହେଲା ଜଣେ ସାଧାରଣ ଯୁବତୀର ଓ ଅନ୍ୟଟି ଜଣେ ମଡର୍ଣ୍ଣ ଡ଼୍ୟାନସର୍ର।