ବିରତି ପରେ ପୁଣି କାମକୁ ଫେରିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁମ୍ବାଇ: ବିରତି ପରେ ପୁଣି ଥରେ ନିଜ କାମକୁ ଫେରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ତାଙ୍କୁ ଆଜି ଏକ ଆଡ୍‌ ସୁଟ୍‌‌ କରୁଥିବାର ଦେଖିବାକୁ ମିଳିଛି। ଗର୍ଭକାଳୀନ ବିରତି ପରେ ପୁଣି ଥରେ ନିଜକୁ ନିଜ ବୃତ୍ତିଗତ ଜୀବନରେ ନିଜକୁ ସାମିଲ୍‌ କରାଇଛନ୍ତି ଅନୁଷ୍କା।

ଗତ ଜାନୁଆରିରେ ନିଜର ପ୍ରଥମ ସନ୍ତାନ(ଝିଅ) ଭମିକାକୁ ସ୍ବାଗତ କରିଛନ୍ତି ସେଲିବ୍ରେଟି ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଅନୁଷ୍କା ପୁଣି ଥରେ ମେ ମାସରେ କାମକୁ ଫେରି‌ବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ମାତ୍ର ଅନୁଷ୍କା ଦେଇଥିବା ସମୟର ଯଥେଷ୍ଟ ପୂର୍ବରୁ ସେ କାମରେ ଯୋଗ ଦେଇଛନ୍ତି।

 

 

View this post on Instagram

 

A post shared by Manav Manglani (@manav.manglani)

ଅଭିନେତ୍ରୀ ଏକ ନିଳ ରଂଗର ପ୍ୟାଣ୍ଟ୍‌ ସହ ଧଳା ରଂଗର ଟପ୍‌ ପିନ୍ଧି ଆଡ୍‌ ସୁଟ୍‌ କରୁଥିବାର ନଜର ଆସିଛନ୍ତି। ସେ ନିଜ ଟପ୍‌କୁ ମ୍ୟାଚ୍‌ କରି ଧଳା ରଂଗର ଫେସ୍‌ ମାସ୍କ ବି ପିନ୍ଧିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି ଯେ ଅନୁଷ୍କାଙ୍କର ଆହୁରି ଅନେକ ବ୍ରାଣ୍ଡ୍‌ ସୁଟ୍‌ କରିବାର ଅଛି।

ଗତ ୨୧ ତାରିଖରେ ନିଜ ଝିଅ ଭମିକା ସହ ବିରୁଷ୍କାଙ୍କୁ ଅହମ୍ମଦାବାଦ୍‌ ବିମାନବନ୍ଦରରେ ଏକାସାଥିରେ ଦେଖିବାକୁ ମିଳିଥିଲା। ବିରାଟ ଲଗେଜ୍‌ ଧରିଥିବା ବେଳେ ଅନୁଷ୍କା ତାଙ୍କ ଝିଅକୁ ଧରିଥିବାର ନଜର ଆସିଥିଲା।

ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପତ୍ନୀ ଅନୁଷ୍କା ଓ ଝିଅ ଭମିକାଙ୍କର ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରି ବିରାଟ ସଭିଙ୍କୁ ମହିଳା ଦିବସର ଶୁଭେଚ୍ଛା ଦେଇଥିଲେ। ମହିଳାମାନେ ପୁରୁଷଙ୍କଠାରୁ ଢେର୍ ଆଗରେ ଓ ତାଙ୍କ ଝିଅ ବି ନିଜ ମାଆ ପରି ହେଉ ବୋଲି ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ।

ସମ୍ବନ୍ଧିତ ଖବର