ମୁମ୍ବାଇ: ରଣବୀର କପୁର-ଅାଲିଆ ଭଟ୍ଟଙ୍କ ଠାରୁ ନେଇ ବିରାଟ କୋହଲି-ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ସେମାନଙ୍କ ପିଲାମାନଙ୍କର ଖୁବ୍ ନିଆରା ନାମକରଣ କରିଛନ୍ତି। ତେବେ ଆପଣ ଜାଣିବାକୁ ନିଶ୍ଚୟ ଚାହିଁବେ ଯେ ସେଲିବ୍ରିଟିମାନେ ସେମାନଙ୍କ ପିଲାମାନଙ୍କର କରିଥିବା ନାମକରଣର ଅର୍ଥ କ’ଣ।
ରଣବୀର ଓ ଆଲିଆଙ୍କ ଝିଅର ନାମ ହେଉଛି ରାହା। ଏହି ନାମ ଦେଇଛନ୍ତି ରଣବୀରଙ୍କ ମାଆ ନିତୁ କପୁର। ରାହା ନାମର ଅର୍ଥ ବିଭିନ୍ନ ଭାଷାରେ ଭିନ୍ନ ରହିଥିବା ବେଳେ ଆରବିକରେ ରାହାର ମାନେ ‘ଶାନ୍ତି’।
ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ବ୍ୟବସାୟୀ ପତି ଆନନ୍ଦ ଆହୁଜା ନିଜ ପୁଅର ନାମ ବାୟୁ ରଖିଛନ୍ତି। ସୋନମଙ୍କ କହିବାନୁଯାୟୀ ବାୟୁ ହେଉଛି ପଞ୍ଚତତ୍ବ ଭିତରୁ ଅନ୍ୟତମ।
ଅଭିନେତ୍ରୀ ବିପାଶା ବସୁ ଓ ତାଙ୍କ ସ୍ବାମୀ କରଣ ସିଂହ ଗ୍ରୋଭର ନିଜ ଝିଅର ନାମ ଦେବୀ ରଖିଛନ୍ତି। ଦେବୀର ଅର୍ଥ ଆପଣଙ୍କୁ କହିବାର କୌଣସି ଆବଶ୍ୟକତା ହିଁ ନାହିଁ।
ବଲିଉଡ୍ ଟର୍ଣ୍ଣଡ୍ ହଲିଉଡ୍ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍ ଜୋନାସ୍ ନିଜ ଝିଅର ନାମ ମାଲତୀ ମ୍ୟାରି ରଖିଛନ୍ତି। ଏହି ନାମ ସେ ଦୁଇ ପରିବାରକୁ ଯୋଡ଼ି କରି ରଖିଛନ୍ତି। ମାଲତୀ ନାମ ପ୍ରିୟଙ୍କାଙ୍କ ମାଆ ମଧୁମାଲତୀ ଓ ମ୍ୟାରି ନାମ ନିକ୍ଙ୍କ ମାଆଙ୍କ ନାମ ଡେନିସ୍ ମେରି ମିଲର୍ ଜୋନ୍ସଙ୍କ ନାମରୁ ନିଆଯାଇଛି। ତେବେ ପିସିଙ୍କ ଝିଅର ନାମ ତାଙ୍କ ଜେଜେମାଆ ଓ ଆଈଙ୍କ ନାମର ମିଶ୍ରଣ।
ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟ୍ ତାରକା ବିରାଟ କୋହଲି ସେମାନଙ୍କ ଝିଅର ନାମ ଭମିକା ରଖିଛନ୍ତି। ଆପଣ ଜାଣିଥାନ୍ତୁ ଯେ ଭମିକାର ଅର୍ଥ ହେଉଛି ମାଆ ଦୂର୍ଗା।