ମୁମ୍ବାଇ: ଚର୍ଚ୍ଚାରେ ଷ୍ଟାର୍ ଦମ୍ପତ୍ତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି । ଅନୁଷ୍କା ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅନୁଷ୍କା, ସ୍ବାମୀ ବିରାଟଙ୍କ ସହ ସେଠାରେ ଅଛନ୍ତି । ଖେଳ ସହ ସିଡନୀରେ ଷ୍ଟାର୍ ଦମ୍ପତ୍ତି କିପରି ନବବର୍ଷକୁ ସ୍ୱାଗତ କରିଛନ୍ତି,  ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।  

Advertisment

ମେଲବର୍ଣ୍ଣରେ ଚତୁର୍ଥ ଟେଷ୍ଟ ଶେଷ ହେବା ପରେ ଭାରତୀୟ ଦଳ ଅନ୍ତିମ ଟେଷ୍ଟ ପାଇଁ ସିଡନୀରେ ପହଞ୍ଚିଛି । ଅନୁଷ୍କା ମଧ୍ୟ ସ୍ବାମୀଙ୍କ ସହ ସିଡନୀରେ ପହଞ୍ଚିଛନ୍ତି। ଏବେ ଫାଙ୍କା ସମୟ ଥିବାରୁ ଦୁହେଁ ୨୦୨୪କୁ ବିଦାୟ ଦେଇ ନବବର୍ଷ ୨୦୨୫କୁ ପାଳନ କରିଥିବା ଦେଖାଯାଇଛି । ଏହାର ଏକ ଭିଡିଓ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 

ଏକ୍ସରେ ସେୟାର ହୋଇଥିବା ଏହି ଭିଡିଓରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଉଭୟ କଳା ରଙ୍ଗର ପୋଷାକ ପିନ୍ଧି ସିଡନୀ ରାସ୍ତାରେ ବୁଲୁଥିବାର ଦେଖାଯାଇଛି । ସେମାନେ ସାଙ୍ଗ ହୋଇ ଚାଲୁଥିବାବେଳେ ପଛରୁ କେହି ଜଣେ ତାଙ୍କର ଭିଡିଓ ରେକର୍ଡ କରିଛନ୍ତି। ଏଥିରେ ଅନୁଷ୍କା କଳା ରଙ୍ଗର ହିଲ୍ ସହିତ କଳା ରଙ୍ଗର ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେହିଭଳି ବିରାଟ ମଧ୍ୟ କଳା ରଙ୍ଗର ପୋଷାକ ସହିତ ଧଳା ଜୋତା ପିନ୍ଧିଥିବାର ନଜର ଆସିଛନ୍ତି । ତାଙ୍କସହ ଭାରତୀୟ କ୍ରିକେଟ ଦଳର ଦେବଦତ୍ତ ପାଦିକ୍କାଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।