ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ମୁମ୍ବାଇରେ ଏକାଠି କିଛି ସମୟ ବିତାଇବା ପରେ ବିଦେଶ ଫେରିଛନ୍ତି। ସେମାନେ ବିଦେଶ ଯିବା ପରେ ଏବେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି | ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛି, ଯେଉଁଥିରେ ବିରୁଷ୍କା ନଜର ଆସୁଛନ୍ତି | ତେବେ ରେଷ୍ଟୁରାଣ୍ଟ ଯାଇ ଦୁହେଁ କ'ଣ ଖାଇଥିଲେ, ତାହା ଇନଷ୍ଟାଗ୍ରାମ ପୋଷ୍ଟରେ ଜଣାଇଛି 'ବେନେ ବମ୍ବେ' |
ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି ଯେ, ବିରାଟ ଏବଂ ଅନୁଷ୍କା ଚିକେନ୍, ପନିର କିମ୍ବା ଇଟାଲୀୟ ଖାଦ୍ୟ କିଛି ବି ଖାଇନଥିଲେ | ଏହା ବଦଳରେ ସେ ଦୋସା ଖାଇଥିଲେ | କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଏକ ବିଲର ଫଟୋ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁହେଁ କ'ଣ ଖାଇଥିଲେ ତାହା ଲେଖାଯାଇଛି |
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମୁମ୍ବାଇର ବାନ୍ଦ୍ରାରେ ଅବସ୍ଥିତ 'ବେନେ ବମ୍ବେ' ନାମକ ଏକ ଦକ୍ଷିଣ ଭାରତୀୟ କାଫେରେ ପହଞ୍ଚିଥିଲେ। ସେଠାରେ ଦୋସାଠାରୁ ଆରମ୍ଭ କରି ସୁସ୍ବାଦୁ ଇଡଲି ପୋଡି ପର୍ଯ୍ୟନ୍ତ ଏହି ଦମ୍ପତି ଦକ୍ଷିଣ ଭାରତୀୟ ଖାଦ୍ୟକୁ ସମ୍ପୂର୍ଣ୍ଣ ଉପଭୋଗ କରିଥିଲେ।
ତେବେ ଅନୁଷ୍କା ଦ୍ଵିତୀୟ ଥର ଗର୍ଭବତୀ ହେବା ପରେ ଦୁହେଁ ଲଣ୍ଡନରେ ରହିବା ଆରମ୍ଭ କରିଛନ୍ତି | ସେଠାରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ବେଳେ ୨ସନ୍ତାନଙ୍କ ସହ ସେଠାରେ ରହୁଛନ୍ତି ବିରୁଷ୍କା | କେବଳ କାମ ଥିଲେ ଦୁହେଁ ଭାରତ ଆସୁଥିବା ବେଳେ କାମ ସରିବା ପରେ ପୁଣି ଲଣ୍ଡନ ଫେରିଯାଉଛନ୍ତି |